ଓଡିଶା

odisha

ETV Bharat / city

ଶନିବାରଠୁ ସିଝିବ ରାଜ୍ୟ, ବୃଦ୍ଧି ପାଇବ ତାପମାତ୍ରା

ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

By

Published : Mar 22, 2019, 3:10 PM IST

Updated : Mar 22, 2019, 7:25 PM IST

2019-03-22 14:25:42

ରାଜ୍ୟରେ ବୃଦ୍ଧି ପାଇବା ତାପମାତ୍ରା । ଆସନ୍ତା ଶନିବାର ଠାରୁ 3ରୁ 4 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏଥିସହ 7ଟି ଜିଲ୍ଲାରେ କାଳବୈଶାଖି ହେବା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ 7ଟି ଜିଲ୍ଲାରେ କାଳବୈଶାଖି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିସହ ଆସନ୍ତାକାଲି ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ଆଶଙ୍କା କରିଛି ବିଭାଗ । 

କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ କାଳବୈଶାଖି ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆସନ୍ତା 26 ତାରିଖ ଠାରୁ ଦକ୍ଷିଣ ଓଡିଶାରେ ଝଡ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡିକୁ ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି । 

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ 

Last Updated : Mar 22, 2019, 7:25 PM IST

ABOUT THE AUTHOR

...view details