ଓଡିଶା

odisha

ETV Bharat / city

ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବିଜୁବାବୁ: ମେୟର ସୁଲୋଚନା - ବିଜେଡି କାର୍ଯ୍ୟାଳୟରେ ବିଜୁ ଶ୍ରାଦ୍ଧ ଦିବସ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୫ତମ ପୁଣ୍ୟ ତିଥି(Biju Patnaik's death anniversary) । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ସେବା ଦିବସ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Biju Patnaik's Death Anniversary: ଓଡିଶାର ସ୍ବାଭିମାନ ପାଇଁ ଲଢେଇ କରୁଥିଲେ ବିଜୁବାବୁ
Biju Patnaik's Death Anniversary: ଓଡିଶାର ସ୍ବାଭିମାନ ପାଇଁ ଲଢେଇ କରୁଥିଲେ ବିଜୁବାବୁ

By

Published : Apr 17, 2022, 3:23 PM IST

ଭୁବନେଶ୍ବର:ଓଡିଶା ପାଳନ କରୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୫ତମ ଶ୍ରାଦ୍ଧ ଦିବସ (Biju Patnaik death Anniversary) । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ସେବା ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳୁ ବିନ୍ଦୁ ସାଗରରେ ତିଳତର୍ପଣ, ବିଜୁ ପଟ୍ଟନାୟକ ପାର୍କରେ ମାଲ୍ୟାର୍ପଣ ଓ ପରେ ଦଳୀୟ କାର୍ଯ୍ୟାଳୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବିଜେଡି କର୍ମୀ ଓ ନେତା ।

ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବିଜୁବାବୁ: ମେୟର ସୁଲୋଚନା

ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ବିଜୁବାବୁ ଓଡିଆ ଜାତିର ଅସ୍ମିତା ଥିଲେ ଓ ଓଡିଶାର ସ୍ବାଭିମାନ, ସ୍ବାର୍ଥ ପାଇଁ ଲଢେଇ କରୁଥିଲେ । ମହିଳା ମାନଙ୍କ ବିକାଶ ପାଇଁ ମଧ୍ୟ ବିଜୁବାବୁ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି ମେୟର ସୁଲୋଚନା । ସେହିପରି ସେ ବିଜୁବାବୁଙ୍କୁ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଛନ୍ତି ।

ଏହି ପୁଣ୍ୟତିଥିରେ BJD ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଆମେ ସେବା ମନୋଭାବ ନେଇ କାର୍ଯ୍ୟ କରୁଛୁ । ଓଡ଼ିଶାର ଜନସାଧାରଣଙ୍କ ପାଖରେ ସେବା ଯୋଗାଉଛୁ । ସଫେଇ, ଫଳ ବଣ୍ଟନ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ ସମାପନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ABOUT THE AUTHOR

...view details