ଓଡିଶା

odisha

ETV Bharat / city

ପ୍ରଥମ ଥର ସଂନ୍ଧ୍ୟାରେ ବାହାରିବ ମାଟ୍ରିକ ରେଜଲ୍ଟ, ଜାଣନ୍ତୁ କଣ କହୁଛନ୍ତି ଶିକ୍ଷାବିତ୍‌ ?

ବିନା ପରୀକ୍ଷାରେ ପ୍ରଥମ ଥର ପାଇଁ ବାହାରିବାକୁ ଯାଉଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଯାହା ପୂର୍ବରୁ କେବେ ହୋଇ ନଥିଲା । ପ୍ରଥମ ଥର ପାଇଁ ସଂନ୍ଧ୍ୟାରେ ମଧ୍ୟ ରେଜଲ୍ଟ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

By

Published : Jun 25, 2021, 12:41 PM IST

ପ୍ରଥମ ଥର ପାଇଁ ସଂନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ,
ପ୍ରଥମ ଥର ପାଇଁ ସଂନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ,

ଭୁବନେଶ୍ବର:ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ବିନା ପରୀକ୍ଷାରେ ପ୍ରଥମ ଥର ପାଇଁ ବାହାରିବାକୁ ଯାଉଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଯାହା ପୂର୍ବରୁ କେବେ ହୋଇ ନଥିଲା । ଏହା ସହିତ ପ୍ରତିବର୍ଷ ପରୀକ୍ଷା ଫଳ ସକାଳ ସମୟରେ ବାହାରୁଥିବାବେଳେ ଏ ବର୍ଷ ପ୍ରଥମ ଥର ପାଇଁ ସଂନ୍ଧ୍ୟାରେ ବାହାରିବାକୁ ଯାଉଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଏ ପ୍ରଶ୍ନର ଉତ୍ତରରେ ଶିକ୍ଷାବିତ ଅସିଲ ତିୱାରୀ କହିଛନ୍ତି ରାଜ୍ୟରେ ଟେକ୍ନୋଲୋଜି ବିକାଶ ହେଉଛି । ତେଣୁ ଦିନରେ ଦେଉ କି ରାତିରେ ପରୀକ୍ଷା ଫଳ ପ୍ରକାଶରେ କୌଣସି ସମସ୍ୟା ନାହିଁ । ଟେକ୍ନୋଲୋଜି ଆସିଯାଇଛି ଖୁବ କମ ସମୟରେ ପିଲାମାନେ ନିଜ ନିଜ ପରୀକ୍ଷା ଫଳ ପାଇପାରିବେ । କୋରୋନା ପାଇଁ ଦିନରେ ପରୀକ୍ଷା ଫଳ ପ୍ରକାଶ କରିବାର କିଛି ଆବଶ୍ୟକତା ନାହିଁ । ବର୍ତ୍ତମାନ ସମସ୍ତେ ଘରେ ଅଛନ୍ତି ତେଣୁ ପରୀକ୍ଷା ଫଳ ସଂନ୍ଧ୍ୟାରେ ବାହାରିବା ନେଇ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଅସିଲ ତିୱାରୀ ।

ପୂର୍ବରୁ ଦିନରେ ପ୍ରାୟତଃ ସମସ୍ତ ପରୀକ୍ଷା ଫଳ ବାହାରୁଥିଲା । ବର୍ତ୍ତମାନ 24 ଘଣ୍ଟା ଟେକ୍ନୋଲୋଜି ସକ୍ରିୟ ରହିଛି । ରେଜଲ୍ଟ ଅଫଲାଇନରେ ପ୍ରକାଶ ପାଉଥିବା ସମୟରେ ପିଲାମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ଟେକ୍ନୋଲୋଜି ଦ୍ବାରା ସମସ୍ତେ ହାତ ପାହାନ୍ତାରେ ନିଜ ପରୀକ୍ଷା ଫଳ ପାଇପାରିବେ । କୋରୋନା ପାଇଁ ପିଲାମାନେ ବାହାରକୁ ଆସିବାର ନାହିଁ । ତେଣୁ ଦିନରେ ହେଉ କିମ୍ବା ରାତିରେ ପରୀକ୍ଷା ଫଳ ବାହାରିବାର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ ।

ପ୍ରକାଶ ଥାଉ କି ଆଜି ଅପରାହ୍ନ 4ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସଂନ୍ଧ୍ୟା 6ଟାରେ ୱେବସାଇଟରେ ଉବଲବ୍ଧ ହେବେ ରେଜଲ୍ଟ । ବୋର୍ଡ ପକ୍ଷରୁ www.bseodisha.ac.in ଏବଂ www.bseodisha.nic.in ଏହି ଦୁଇଟି ୱେବ ସାଇଟ ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details