ଓଡିଶା

odisha

ETV Bharat / city

ଆସନ୍ତାକାଲି ହେବ ମାଟ୍ରିକ ଖାତା ମୂଲ୍ୟାୟନ - ମାଟ୍ରିକ ଖାତା ମୂଲ୍ୟାୟନ

ମଙ୍ଗଳବାର ଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। 60ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ..

matric-evaluation-starts-tommorw
matric-evaluation-starts-tommorw

By

Published : May 25, 2020, 12:35 PM IST

ଭୁବନେଶ୍ବର: ମଙ୍ଗଳବାର ଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। 60ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରୋନା ଯୋଗୁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି।

ସେହିପରି ମେ 20ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପାନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।

ଶେଷରେ ମେ 26 ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା। 45 ଦିନ ଭିତରେ ଫଳାଫଳ ବାହାରିବ ପାଇଁ ମଧ୍ୟ ହାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାଇ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details