ଓଡିଶା

odisha

ETV Bharat / city

ମାଷ୍ଟରକ୍ୟାଣ୍ଟିନ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କଲା ରାଜ୍ୟ ଯୁବ କଂଗ୍ରେସ

ଯୋଦ୍ଧା ଘୋଡାର ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ବିରୋଧ କଲା ରାଜ୍ୟ ଯୁବ କଂଗ୍ରେସ । ଏହାକୁ କେବେବି ସ୍ଥାନାନ୍ତର କରାଯିବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

state youth congress
ମାଷ୍ଟରକ୍ୟାଣ୍ଟିନ ମୂର୍ତ୍ତୀ ସ୍ଥାନାନ୍ତରକୁ ବିରୋଧ କଲା ରାଜ୍ୟ ଯୁବ କଂଗ୍ରେ

By

Published : Jun 19, 2021, 6:54 PM IST

ଭୁବନେଶ୍ବର:ଯୋଦ୍ଧା ଘୋଡାର ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ବିରୋଧ କଲା ରାଜ୍ୟ ଯୁବ କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ନିଷ୍ପତି ନେଇଛନ୍ତି ।

ମାଷ୍ଟରକ୍ୟାଣ୍ଟିନ ମୂର୍ତ୍ତୀ ସ୍ଥାନାନ୍ତରକୁ ବିରୋଧ କଲା ରାଜ୍ୟ ଯୁବ କଂଗ୍ରେ

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଐତିହାସିକ ଯୋଦ୍ଧା ଘୋଡାର ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗ। ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଯୁବ କଂଗ୍ରେସର ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଉପସ୍ଥିତ ଥିଲେ। ଏହି ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି ଓଡିଶା ସରକାରଙ୍କ ଐତିହ୍ୟର ଏକ ପରିଚୟ। ସରକାର ଏଭଳି ଚିନ୍ତାଧାରାକୁ ବଦଳାନ୍ତୁ। ଭୁବନେଶ୍ଵର କହିଲେ ମାଷ୍ଟର କ୍ୟାଣ୍ଟିନ ଏବଂ ଏହି ଐତିହାସିକ ଘୋଡା ପ୍ରତିମୂର୍ତ୍ତିକୁ ବୁଝାଇଥାଏ। ସରକାର ଏଭଳି ଅବାସ୍ତବ ନିଷ୍ପତ୍ତି ନେବା ପାଇଁ ଯାଉଛନ୍ତି। ଯାହା ଓଡିଶାର ସମ୍ମାନ ସହିତ ଖେଳୁଛନ୍ତି ସରକାର।

ସୂଚନାଥାଉକି ଭୁବନେଶ୍ବର ସ୍ମାର୍ଟସିଟି ପ୍ରକଳ୍ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହାସିକ ଘୋଡାକୁ ଉଠାଇ ରାଜଭବନ ସମ୍ମୁଖରେ ସ୍ଥାପନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ଜୋରଦାର ବିରୋଧ କରିଛି କଂଗ୍ରେସ । ଏହାକୁ କେବେବି ସ୍ଥାନାନ୍ତର କରାଯିବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details