ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ବାଟବଣା ହେଉଛି। ପୋଲିସ ତଦନ୍ତକୁ ହାଲୁକା ଭାବେ ନେଉଛି । ସିନ ରି-କ୍ରିଏସନ ନାଁରେ ଭିଜୁଆଲ ବାଣ୍ଟୁଛି ପୋଲିସ । ଏସବୁ କଥା ଧିରେ ଧୀରେ ସ୍ପଷ୍ଟ ହେଉଛି । ଏହି ଘଟଣାର ପ୍ରଚ୍ଛଦ ନାୟକ ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ । ତେଣୁ ଘଟଣା ସ୍ଥଳକୁ ଯିବ ୧୫ ଜଣିଆ ଯିବ ବିଜେପି ଟିମ । ଆଜି (ସୋମବାର) ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି ଏହି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଗୋଲକ କହିଛନ୍ତି ମମିତା ହତ୍ୟା ଘଟଣାରେ ସରଜମିନ ତଦନ୍ତ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରେ ଯିବ ରାଜ୍ୟ ବିଜେପିର ୧୫ ଜଣିଆ ଟିମ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯିବ ଏହି ଟିମ । ଟିମରେ ରହିବେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, ରବି ନାୟକ, ପିତାମ୍ବର ଆଚାର୍ଯ୍ୟ, ପ୍ରକାଶ ମିଶ୍ର ,ଟଙ୍କଧର ତ୍ରିପାଠୀ, ଠାକୁର ରଞ୍ଜିତ ଦାସ ପ୍ରମୁଖ ।