ଓଡିଶା

odisha

ETV Bharat / city

ମେକ ଇନ ଓଡିଶା ପ୍ରତିଶ୍ରୁତି, ସଚିବାଳୟରେ 22ଟି ପ୍ରକଳ୍ପର ଉଦଘାଟନ

ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଉଦଘାଟନ ହୋଇଛି ।

By

Published : Aug 7, 2019, 3:30 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଉଦଘାଟନ ହୋଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ 12 ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ 10 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମୋଟ 4461 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଯେଉଁଥିରେ ମୋଟ 9 ହଜାର 230 ଜଣ ନିଯୁକ୍ତି ପାଇବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମେକ ଇନ ଓଡିଶାର 202 ପ୍ରକଳ୍ପକୁ ଅନୁମତି ମିଳିଥିଲା । 4 ଲକ୍ଷ 23 ହଜାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । 202 ପ୍ରକଳ୍ପରୁ ଏବେ ସୁଦ୍ଧା 61ଟି ପ୍ରକଳ୍ପ ଅନୁମତି ପାଇଥିବା ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details