ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗତି କରନ୍ତି । ଫଳରେ ଦିନର ପରିସୀମା ବୃଦ୍ଧି ପାଇବା ସହିତ ରାତି ଛୋଟ ହେବା ଆରମ୍ଭ କରିଥାଏ । ତେଣୁ ଏହି ଦିନକୁ ସାରାଦେଶର ବିଭିନ୍ନ ପ୍ରାନ୍ତରରେ ଲୋକମାନେ ବିଭିନ୍ନ ନାମରେ ଯଥା ପୋଙ୍ଗଲ, ମାଘି, ଲୋହାରି, ପେଡା ପଂଗଡ଼ ଓ ମକର ମେଳା ଆଦି ଭାବରେ ପାଳନ କରିଥାନ୍ତି ।
ଏହି ଅବସରରେ ଲୋକମାନେ ମନ୍ଦିର ଯାଇ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ସହ ସୁ-ସ୍ବାଦୁ ଭୋଜନ କରି ଖିଆପିଆ କରିଥାନ୍ତି । ଓଡିଶାରେ ଏହି ଦିନ ମକର ଚାଉଳ ଭୋଗ କରାଯାଇ ପ୍ରଥମେ ଭଗବାନଙ୍କ ପାଖରେ ଭୋଗଲଗାଯିବା ପରେ ପରସ୍ପର ଖାଇବା ସହିତ ଗୁଡି ଉଡାଇ ମଜ ନେଇଥାନ୍ତି ।