ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଟ୍ରିବ୍ୟୁନାଲରେ ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଏହା ପୂର୍ବରୁ ଆଜି (ଶୁକ୍ରବାର) ଓଡିଶା ଭବନରେ ଓଡିଶା ଓ ଛତିଶଗଡର ଆଇନଜୀବୀଙ୍କ ମଧ୍ୟରେ ବୈଠକ ବସିବ । ଶୁଣାଣି ପୂର୍ବରୁ ଆଜି ଉଭୟ ପକ୍ଷର ଆଇନଜୀବୀ ବିଭିନ୍ନ ବିଷୟ ନେଇ ଆଲୋଚନା କରିବେ ।
ଓଡିଶାର ଆ଼ଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ସହ ଅନ୍ୟ ଆଇନଜୀବୀମାନେ ଉପସ୍ଥିତ ଅଛନ୍ତି। ସେହିପରି ଛତିଶଗଡ ପକ୍ଷରୁ ପ୍ୟାନେଲରେ ଥିବା ଆଇନଜୀବୀ ଉପସ୍ଥିତ ରହିବେ। ସୂଚନା ଅନୁସାରେ ଛତିଶଗଡ ଓ ଓଡିଶା ସତ୍ୟପାଠ ମାଧ୍ୟମରେ ନିଜ ନିଜର ପକ୍ଷ ଟ୍ରିବ୍ୟୁନାଲରେ ରଖିଛନ୍ତି।