ଭୁବନେଶ୍ବର:ରାଜ୍ୟକୁ ପୁଣି ଫେରିପାରେ ଲକଡ଼ାଉନ । କାରଣ ବର୍ତ୍ତମାନ ଦେଶରେ କୋରୋନାର ଦ୍ବିତୀୟ ୱେଭ ଦେଖିବାକୁ ମିଳିଛି । ମାତ୍ର ରାଜ୍ୟବାସୀ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ଦିଆଯାଇପାରେ ବୋଲି DMET ସିବିକେ ମହାନ୍ତି କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ କୋଭିଡ୍ କେସ୍ ସଂଖ୍ୟା କମୁଛି ଏଣୁ ବର୍ତ୍ତମାନ ରାଜ୍ୟରେ ଲକଡାଉନର ସମ୍ଭାବନା ନାହିଁ । ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି ବୋଲି DMET ସିବିକେ ମହାନ୍ତି କହିଛନ୍ତି । ଲୋକେ ନିଜେ ସଚେତନ ରହିଲେ ଲକଡାଉନକୁ ଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରେ ବୋଲି ସେ କହିଛନ୍ତି । ମାତ୍ର ଆବଶ୍ୟକ ହେଲେ ପୁଣି ରାଜ୍ୟକୁ ଲକଡାଉନ ଫେରିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।