ଓଡିଶା

odisha

ETV Bharat / city

ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି - ଲାଟେଷ୍ଟ ପାଣିପାଗ ଖବର

କୋରୋନା ପରେ ରାଜ୍ୟକୁ ପୁଣି ଲଘୁଚାପ ଭୟ । ଆସନ୍ତା 4 ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅଧିକ ଖବର ପଢନ୍ତୁ...

low pressure in state, low pressure, bhubaneswar latest news, weather news, latest weather update, regional met department, ରାଜ୍ୟକୁ ଲଘୁଚାପ ଭୟ, ଲଘୁଚାପ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ପାଣିପାଗ ଖବର, ଲାଟେଷ୍ଟ ପାଣିପାଗ ଖବର, ଆଞ୍ଚଳିକ ପାଣିପାଗ କେନ୍ଦ୍ର
ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

By

Published : Aug 1, 2020, 6:53 PM IST

ଭୁବନେଶ୍ବର: ଆସନ୍ତା 4 ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଗତ 24 ଘଣ୍ଟା ହେବ ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଜାରି ରହିଥିବା ଦେଖାଯାଇଛି । ଏମିତିରେ କେନ୍ଦୁଝର ଜିଲ୍ଲା ହାଟଡିହଠାରେ ସର୍ବାଧିକ 114.1ମିମି, ଆନନ୍ଦପୁରରେ 74.4 ମିମି ଓ ଭଦ୍ରକ ଜିଲ୍ଲା ବନ୍ତ ଠାରେ 52ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା 37.7 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପ୍ରବଳ ବର୍ଷା ନେଇ ମାଲକାନଗିରି, ସୁନ୍ଦରଗଡ, ନୂଆପଡା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡା ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଦେବଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୟାଗଡ, ଏବଂ ନୂଆପଡାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

ଏହିକ୍ରମରେ ଆସନ୍ତା ରବିବାର ଅର୍ଥାତ୍ ଅଗଷ୍ଟ 2 ତାରିଖରେ କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

ସମାନ ଭାବେ ସୋମବାର ଅର୍ଥାତ୍‌ ଅଗଷ୍ଟ 3ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ସମ୍ବଲପୁର, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ରାୟଗଡା, ଗଜପତି, ଗଞ୍ଜାମ, ବଲାଙ୍ଗୀର, ଦେବଗଡ, ଅନୁଗୋଳ, କନ୍ଧମାଳ, ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 4 ଏବଂ 5 ତାରିଖ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି ।

ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ପ୍ରବଳ ବର୍ଷା ପାଇଁ ମାଲକାନଗିରି, ରାୟଗଡା, ପୁରୀ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 5 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସମ୍ବଲପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଏବଂ ପ୍ରବଳ ବର୍ଷା ପାଇଁ କଟକ, ଖୋର୍ଦ୍ଧା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଲଘୁଚାପର ପ୍ରଭାବ ପାଇଁ ଆସନ୍ତା 5 ତାରିଖରେ ଓଡିଶା ଉପକୂଳରେ ମଧ୍ୟ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି ।

ସୂଚନା ମୁତାବକ, ଗତ ଜୁନ ମାସରୁ ଅଗଷ୍ଟ ପହିଲା ମଧ୍ୟରେ ଓଡ଼ିଶାରେ 478.9 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷାଠାରୁ 17 ପ୍ରତିଶତ କମ ଥିବା ଆକଳନ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର 13ଟି ଜିଲ୍ଲା ଯଥା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ, ବଲାଙ୍ଗୀର ଏବଂ ସୋନପୁର ଠାରେ ସ୍ବାଭାବିକଠାରୁ କମ ପରିମାଣର ବର୍ଷା ରେକର୍ଡ କରାଯାଇଛି । ଏହି ସମୟରେ ରାଜ୍ୟର ଅବଶିଷ୍ଟ 17ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

ସେପଟେ ପୁରୀରେ ସ୍ବାଭାବିକଠାରୁ 52 ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି । ସମାନ ଭାବେ ନୂଆପଡାରେ ସ୍ବାଭାବିକଠାରୁ ସର୍ବାଧିକ 13 ପ୍ରତିଶତ ଅଧିକ ବର୍ଷା ହୋଇଥିଲା । ହେଲେ ସ୍ବାଭାବିକ ଠାରୁ କମ୍‌ ରେକର୍ଡ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ପୁରୀ 52 ପ୍ରତିଶତ କମ, ଖୋର୍ଦ୍ଧାରେ 48 ପ୍ରତିଶତ କମ, କେନ୍ଦ୍ରାପଡାରେ 45 ପ୍ରତିଶତ କମ, ଯାଜପୁରରେ 45 ପ୍ରତିଶତ କମ, କଟକରେ 42 ପ୍ରତିଶତ କମ ଏବଂ ବାଲେଶ୍ବରରେ 40 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details