ଭୁବନେଶ୍ବର: ମାଡ଼ି ଆସୁଛି ଲଘୁଚାପ । ଆସନ୍ତା 6 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆସୁଛି ଲଘୁଚାପ, ଓଡ଼ିଶାରେ ପଡ଼ିବ କି ପ୍ରଭାବ ? - ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା
ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା 6 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ
ଆସୁଛି ଲଘୁଚାପ, ଓଡ଼ିଶାରେ ପଡ଼ିବ କି ପ୍ରଭାବ?
ଘୂର୍ଣ୍ଣିବଳୟ ପ୍ରଭାବରେ 24 ଘଣ୍ଟା ମଧ୍ୟରେ 9 ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନା ନାହିଁ ତାହା ଏଯାଏ ଜଣାପଡ଼ିନାହିଁ । ଗତକାଲିର ନିମ୍ନ ଚାପ ରେଖା ଆଜି ମଧ୍ୟ ସମୁଦ୍ର ପତ୍ତନଠାରୁ 1.5 କିମି ଦୂରରେ ପୂର୍ବ-ବିହାରରୁ ଉତ୍ତର ଓଡ଼ିଶା ଯାଏ ଲମ୍ବିଛି । ଅନ୍ୟପଟେ ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ହ୍ରାସ ପାଇବ ।