ଓଡିଶା

odisha

ETV Bharat / city

ଟଳିଲା ବିଭ୍ରାଟ: ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ପଡିଲା ହାତଗଣ୍ଠି - ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ

ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ଲିଙ୍ଗରାଜ ପୀଠ । ପ୍ରଭୁ ଲିଙ୍ଗରାଜ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ
ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ

By

Published : Jun 5, 2022, 10:14 AM IST

ଭୁବନେଶ୍ବର: ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ଲିଙ୍ଗରାଜ ପୀଠ। ବରଯାତ୍ରୀ ନେଇ ଆସିଲେ ଭୋଳାବାବା । ରୀତିନୀତିରେ ମାଆ ପାର୍ବତୀଙ୍କୁ ବିବାହ କଲେ ଆଜି ବାପାଘରୁ ଶାଶୁଘରକୁ ବିଦାୟ ନେବେ ନବବଧୂ ମାଆ ପାର୍ବତୀ । ପ୍ରଭୁ ଲିଙ୍ଗରାଜ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଶନିବାର ବିଳମ୍ବିତ ରାତିରେ ଶ୍ରୀଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ସମଗ୍ର ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା । ଶିବ ପାର୍ବତୀ ବିବାଦ ପାଇଁ ଘଣ୍ଟ ବାଦ୍ୟରେ ଦୁଲୁକିଥିଲା ପୀଠ ।

ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଉତ୍ସବ

ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ହୋଇପାରିନଥିଲା । ଶନିବାର ମାଘସ୍ନାନ ଦିଆଯାଇ ମଙ୍ଗଳଆଳତି, ଅବକାଶ, ରୋଷହୋମ, ଛାମୁ ପରିଷ୍କାର, ମହାସ୍ନାନ ଓ ସକାଳ ଧୂପ ପରେ ରାତି 11ଟା 45ରେ ଭୋଟ ମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା । ପରେ ବୀରକିଶୋରୀ ବଲ୍ଲଭ, ଦ୍ବିପ୍ରହର ଧୂପ ଓ ଠାକୁରାଣୀ ଧୂପ କରାଯାଇଥିଲା । ଗୋଟିଏ ଦିନରେ ମଙ୍ଗନ ଓ ବିବାହ ସମ୍ପନ୍ନ ହୋଇଛି । ଶ୍ରୀଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ ସବୁ ନିଯୋଗ ସହଯୋଗ କରିଥିଲେ । ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ, କ୍ଷେତ୍ରବାସୀ ଆପୋଟିଆ ନିଯୋଗ ସମେତଙ୍କ ସମସ୍ତ ନିଯୋଗ ସହଯୋଗରେ ନିତୀକାନ୍ତି ଶେଷ ହୋଇଛି ।

ବିବାହ କାର୍ଯ୍ୟ କରି ମାତା ପାର୍ବତୀଙ୍କୁ ସଙ୍ଗରେ ଧରି ରାତି ୯ ଟା ରେ ଫେରିଥିଲେ ମହାପ୍ରଭୁ ଲିଙ୍ଗରାଜ । ବିରାଟ ଶୋଭାଯାତ୍ରାରେ ଫେରିବେ ପ୍ରଭୁ ଲିଙ୍ଗରାଜ ଓ ମାତା ପାର୍ବତୀ । ଭୋର ୪ ଟାରେ ବାହାରିଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୋଭାଯାତ୍ରା । ଏକ ବିରାଟ ପଟୁଆରରେ ବାଜା , ବାଣ , ଘଣ୍ଟ, ମହୁରୀ, ଢୋଲ ବାଜା ଓ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ପ୍ରଭୁ ଆସି କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ । ଏହା ପରେ ରୀତି ନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମାପନ ହୋଇଛି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋର ୫ ଟାରେ ବରଣି କରାଯାଇ କେଦାର ଗୌରୀ ମନ୍ଦିରକୁ ନିଆ ଯିବା ପରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ସୂଚନା ଥାଉକି ନିଯୋଗ ମାନଙ୍କର ଜିଦ ଓ ଦାବି ଆଗରେ ଫିକା ପଡିଥିଲା ପରମ୍ପରା। ଆଉ ଏହାକୁ ନେଇ ଗତକାଲି ଲିଙ୍ଗରାଜଙ୍କ ମହାପ୍ରଭୁଙ୍କର ମଳକୃତ୍ୟ ବିଧି ହୋଇପାରିନଥିଲା । ଶନିବାର ଦିନ ତମାମ୍ ଲାଗିରହିଲା ବୈଠକ, ଆଲୋଚନା ଓ ଛକାପଞ୍ଝା । ମନ୍ଦିର ପ୍ରଶାସନ ଓ ସେବାୟତମାନେ ନିଜ ନିଜ ଜିଦ୍‌ରେ ଅଟଳ ରହିଲେ। କିନ୍ତୁ କିଛି ନିଷ୍କର୍ଷ ବାହାରୁନଥିଲା । ଦିନ ବିତି ରାତି ହୋଇଥିଲା ତଥାପି ବିବାଦର ଅନ୍ତ ହୋଇନଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ଏତେ ବଡ଼ ପରମ୍ପରା ଭାଙ୍ଗିଯିବ ଓ ବନ୍ଦ ହୋଇଯିବ ଦେବ ଦମ୍ପତିଙ୍କ ବିବାହ ପର୍ବ ଏନେଇ ଆଶଙ୍କା ଥିଲା । ରାତି ୯ଟା ପର୍ଯ୍ୟନ୍ତ କିଛି ସମାଧାନ ନହେବାରୁ ଲୋକେ ପୂରା ଆଶା ଛାଡ଼ି ଦେଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଲୀଳାକୁ ବା କିଏ ରୋକିଥାନ୍ତି । ତେଣୁ ହଠାତ୍ ହଟିଲା ବିଭ୍ରାଟ । ସଜ ମଙ୍ଗନ ଓ ସଜ ବିବାହ ନୀତି ଆରମ୍ଭ ହୋଇଥିଲା । ବର୍ଷା ସତ୍ତ୍ବେ ବିଳମ୍ବିତ ରାତିରେ କମ୍ପିଲା ଏକାମ୍ର କ୍ଷେତ୍ର ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details