ଓଡିଶା

odisha

ETV Bharat / city

ରାଜଧାନୀରେ ବାଂଲାଦେଶୀ ଲୁଟେରାଙ୍କ ଆତଙ୍କ

କଳାରାହାଙ୍ଗ ଦ୍ବାରିକାବିହାରରେ ଯତିକାନ୍ତ ବେହେରାଙ୍କ ଘରେ ଲୁଟେରାଙ୍କ ଆକ୍ରମଣ । ଲୁଟ ଉଦ୍ଦେଶ୍ୟରେ ଆସିଥିବା ଏହି ଲୁଟେରା ଗ୍ୟାଙ୍ଗ ଯତିକାନ୍ତଙ୍କ ପରିବାକୁ ଆକ୍ରମଣ କରି ବିନା ଲୁଟରେ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 8, 2019, 11:39 PM IST

ଭୁବନେଶ୍ବର: ରାଜଧାନୀର ପଟିଆ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି ବାଂଲାଦେଶୀ ଅପରାଧୀ । ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘରେ ପଶି ଲୁଟପାଟ କରୁଛନ୍ତି ଏମାନେ । ବିଗତ ଗୋଟିଏ ବର୍ଷରେ ୩ରୁ ଅଧିକ ଥର ଲୁଟପାଟ କରିଛନ୍ତି ଏହି ବିଦେଶୀ ଅପରାଧୀ । ସୋମବାର ସକାଳ ପ୍ରାୟ 3ଟାରେ ଇନଫୋସିଟି ଥାନା କଳାରାହାଙ୍ଗ ଅଞ୍ଚଳ ଘଟଣା ରାଜଧାନୀରେ ପୁଣି ଥରେ ଚାଞ୍ଚଲ୍ଯ ଖେଳାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
କଳାରାହାଙ୍ଗ ଦ୍ବାରିକାବିହାରରେ ଯତିକାନ୍ତ ବେହେରାଙ୍କ ଘରେ ୭ ରୁ ୮ଜଣ ଲୁଟେରା ସଶସ୍ତ୍ର ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ଡକାୟତମାନେ ପ୍ରଥମେ ଘରେ ପଶି ଯତିକାନ୍ତକୁ ଆକ୍ରମଣ କରିଥିଲେ । ପରେ ତାଙ୍କ ସ୍ତ୍ରୀ ଆସିବାରୁ ତାଙ୍କୁ ମଧ୍ଯ ଆକ୍ରମଣ କରିଥିଲେ । ତେବେ ଲୁଟେରା ଦଳ ଲୁଟ ଉଦ୍ଦେଶ୍ଯରେ ଘରେ ଏପଟ ସେପଟ ଖୋଜି ବୁଲିଥିଲେ । ସେମାନେ ଚିତ୍କାର କରିବାରୁ ତାଙ୍କ ପାଟିରେ ପଟିବାନ୍ଧି ଗୋଡହାତ ବାନ୍ଧି ପକାଇ ଦେଇଥିଲେ । ତେବେ ଚିତ୍କାର ଶୁଣି ଯତିକାନ୍ତଙ୍କ ପୁଅ ଶୁଭାଶିଷ ବେହେରା ତଳକୁ ଆସିଥିଲେ ଏବଂ ତଳେ ଭୁଜାଲି ଧରି ବୁଲୁଥିବା ଲୋକକୁ ଏଠାରେ କଣ କରୁଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଡକାୟତ ଦଳ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ବିନା ଲୁଟରେ ଖସି ପଳାଇଥଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ସମାନ ଢଙ୍ଗରେ ପଟିଆ ଷ୍ଟେସନ ନିକଟରେ ଏହିପରି ଭାବରେ ଡକାୟତି ହୋଇଥିବା ନେଇ ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା । ୨୦୧୮ ଅଗଷ୍ଟ ୨ରେ ଇନଫୋସିଟି ଲକ୍ଷ୍ମୀବିହାରରେ, ୨୦୧୯ ଫେବୃଆରୀ ୨୬ ଚନ୍ଦ୍ରଶେଖରପୁର କାନନ ବିହାର ଏବଂ ମାର୍ଚ୍ଚ ୨୫ ଇନଫୋସିଟି ଥାନା ପଟିଆରେ ସମାନ ଢଙ୍ଗରେ ଆକ୍ରମଣ ଓ ଲୁଟ କରି ଅପରାଧୀ ଫେରାର ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ତେବେ ପୂର୍ବ ଦୁଇ ଘଟଣାରେ ଜଣେ ବାଂଲାଦେଶୀ ଅପରାଧିର ଲିଙ୍କ ଥିବା ନେଇ ପୋଲିସ ପଚରାଉଚରା କରିବା ପରେ ଜାଣିବାକୁ ପାଇଛି ।

ସୂଚନାନୁସାରେ, ବାଂଲାଦେଶରୁ ୫୦୦ ଟଙ୍କାରେ ଗଙ୍ଗା ନଦୀ ପାର ହୋଇ ପଶ୍ଚିମବଙ୍ଗ ଦେଇ ଓଡିଶା ଭଳି ଦିଲ୍ଲୀ, ବମ୍ବେ ଆଦି ସହରରେ ଏମାନେ ଲୁଟ୍ କରିଥାନ୍ତି । ଲୁଟ ପରେ ଟ୍ରେନ ଯୋଗେ ଫେରାର ହୋଇଯାନ୍ତି ଅନ୍ଯ ରାଜ୍ଯକୁ । ଷ୍ଟେସନ ପାଖ ଅଞ୍ଚଳରେ ଲୁଟ କରିବା ଦ୍ବାରା ଲୁଟ ପରେ ଏମାନଙ୍କୁ ଟ୍ରେନରେ ଖସି ଫେରାର ହେବାକୁ ସହଜ ହୋଇଥାଏ । ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଘଟୁଥିବା ଏହି ଲୁଟପାଟ ଉପରେ ରୋକ ଲଗାଇବାକୁ ପୋଲିସ ପାଟ୍ରୋଲିଂ ବଢାଇବାକୁ ଯୋଜନା କରୁଛି । ଖୁବ୍ ଶୀଘ୍ର ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details