ଓଡିଶା

odisha

ETV Bharat / city

ରାଜଧାନୀରୁ ଧରାପଡିଲା ଅଜବ ଗ୍ଯାଙ୍ଗ, ଲୁଟୁଥିଲେ ଗ୍ଯାସ ଟାଙ୍କି ଓ ପାଣିପମ୍ପ

କମିଶନରେଟ ପୋଲିସ ହାତରେ ଅଜବ ଲୁଟେରା ଗ୍ୟାଙ୍ଗ । ସୁନା କି ଟଙ୍କା ନୁହେଁ ଏମାନେ ଲୁଟୁଥିଲେ ଗ୍ୟାସଟାଙ୍କି ଓ ପାଣିପମ୍ପ। ଆଗକୁ ପଢନ୍ତୁ ...

ରାଜଧାନୀରୁ ଧରାପଡିଲା ଅଜବ ଗ୍ଯାଙ୍ଗ

By

Published : Nov 9, 2019, 10:45 PM IST

ଭୁବନେଶ୍ବର: ହଠାତ ଘରୁ ଗାଏବ ହେଉଥିଲା ଗ୍ୟାସ ଟାଙ୍କି, ପତ୍ତା ମିଳୁନଥିଲା ପାଣି ପମ୍ପର । ରାଜଧାନୀବାସୀଙ୍କୁ ଏହି ଘଟଣା ନାକେଦମ କରି ରଖିଥିଲା । ଗତ କିଛି ଦିନ ଧରି ଏମିତି ଢଙ୍ଗରେ ଲୁଟପାଟ ମଚାଉଥିଲେ ଅପରାଧି । ଆଜି ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ ।

ଚନ୍ଦକା ଅଞ୍ଚଳରୁ ଧରାପଡିଛନ୍ତି ୧୨ ଜଣିଆ ଲୁଟେରା ଗ୍ୟାଙ୍ଗ । ସେମାନଙ୍କ ମଧ୍ୟରୁ ୭ଜଣ ଲୁଟପାଟ କରୁଥିଲେ। ଆଉ ୫ଜଣ ଲୁଟ ସାମଗ୍ରୀ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗକୁ ଠାବ ପରେ ୧୪ଟି ପାଣି ପମ୍ପ ସହ 9ଟି ଗ୍ୟାସ ଟାଙ୍କି ଓ ଟ୍ୟାବ, ମୋବାଇଲ, ଫୋନ, ଘଣ୍ଟା, ଗ୍ରାଇଣ୍ଡର ଜବତ କରିଛି କମିସନରେଟ ପୋଲିସ। ସମସ୍ତ ଅଭିଯୁକ୍ତ ଖଣ୍ଡଗିରି ଓ ଚନ୍ଦକା ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details