ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଉତପାତ । ଘରୁ ଗୋଡ କାଢିଲେ ଘରେ କଳାକନା ବୁଲାଉଛନ୍ତି ଚୋର। ରାସ୍ତା ଘାଟରେ ସପିଂ ବେଳେ ଚେନ ମୋବାଇଲ ଝାମ୍ପୁଛନ୍ତି ଦୁର୍ବୁତ୍ତ। ଗାଡି ପାର୍କିଂ ରେ କାର କାଚ ଭାଙ୍ଗି ଲୁଟୁଛନ୍ତି ଦାମି ଜିନିଷ ଓ ସୁନା ଗହଣା। ବାଟରେ ଏକୁଟିଆ ଦେଖି ଲିଫ୍ଟ ଦେବା ଆଳରେ ନିଶା ଦେଇ ମଧ୍ୟ ଲୁଟ କରୁଛନ୍ତି । ବର୍ଷ ଆରମ୍ଭରୁ ଏମିତି କିଛି ଅପରାଧ ଏବେ ସହରର ଅପରାଧ ଛବି ବିଗାଡିଛି। ସହରବାସୀଙ୍କ ପ୍ରତ୍ୟେକଟି ଗତିବିଧି ଦେଖି ଅପରାଧି ଅପରାଧର ତରିକା ବଦଳାଉଛନ୍ତି। ଏନେଇ କିଛି ପ୍ରଫେସନାଲ ଗ୍ୟାଙ୍ଗ ସହର ଭିତରେ ଅପରାଧ ମଚାଉଥିବା ପୋଲିସ ସନ୍ଦେହ କରୁଛି।।ପୋଲିସ ଏମାନଙ୍କୁ ଧରିବା ତ ଦୁରର କଥା ଏମାନଙ୍କ କାଣିଚାଏ ସୁରାକ ବି ପାଉନି । ଏନେଇ ହୋଟେଲ ଓ ଗେଷ୍ଟ ହାଉସ କତୃପକ୍ଷଙ୍କୁ ସେମାନଙ୍କ ପାଖକୁ ଆସୁଥିବା ପ୍ରତ୍ୟେକଟି ଲୋକଙ୍କ ତଥ୍ୟ ଦେବାକୁ ଅନୁରୋଧ କରିଛି।
ଅନ୍ୟପଟେ ସହରରେ ଭଡାଟିଆଙ୍କୁ ରଖୁଥିଲେ ସତର୍କତାର ସହ ଭଡାଟିଆଙ୍କ ତଥ୍ୟ ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ସହରର ଉପକଣ୍ଠ ହେଉ ବା ସହର ଭିତରେ କେଉଁଠାରେ ବି ରହି ଅପରାଧି ଅପରାଧ ରଚୁଥିବା ପୋଲିସ ସନ୍ଦେହ କରୁଛି। ଏନେଇ ସହରବାସୀଙ୍କୁ ସତର୍କ ରହିବା ସହ ସହରବାସୀଙ୍କ ସାହାରା ଖୋଜିଛି ପୋଲିସ।
ନଜର ପକାନ୍ତୁ କିଛି ବର୍ଷ ଆରମ୍ଭରୁ ହୋଇଥିବା ଲୁଟ ଘଟମା ଓ ଗ୍ୟାଙ୍ଗ ଉପରେ
୧.ନିଶା ଦିଆ ଲୁଟେରା ଗ୍ୟାଙ୍ଗ
୧ ଫେବୃଆରୀ ୨୦୨୨ ସହିଦନଗର ଥାନା । ଆଚାର୍ଯ୍ୟ ବିହାର ଛକରୁ ଅକ୍ଷୟ କୁମାର ପାଲ ନାମକ ଜଣେ ଶିକ୍ଷକଙ୍କୁ ଢେଙ୍କାନାଳ ଯିବା ପାଇ ଲିଫ୍ଫ ଦେବା ଆଳରେ କାର ଭିତରେ ପ୍ରବେଶ କରିଥିଲେ ଲୁଟେରା । ଏହାପରେ ବାଟରେ ମୃଦୁପାନୀୟ ଦେଇ ସୁନା ମୁଦି ସହ ମୋବାଇଲ ଏଟିଏମ ନେବାପରେ ଆକାଉଣ୍ଟରୁ ୪୬ହଜାର ଲୁଟିଥିଲେ। ଏହାପରେ ୩ଫେବୃଆରୀ ୨୦୨୨ ସମାନ ଢଙ୍ଗରେ ଜଣେ ବ୍ୟବସାୟୀଙ୍କୁ ସହିଦନଗର ଅଞ୍ଚଳରୁ ଲିଫ୍ଟ ଦେଇ ବାଟରେ ମାଡମାରି ଏଟିଏମ ପିନହାତେଇ ଆକାଉଣ୍ଟରୁ ଟଙ୍କା ଲୁଟିଲେ।
୨.କାର କାଚଭଙ୍ଗା ଲୁଟେରା ଗ୍ୟାଙ୍ଗ୍
୩୧ ଜାନୁଆରି ୨୦୨୧ କ୍ୟାପିଟାଲ ଥାନା ରାଜମହଲ ଛକରେ OD02BT3896 ନମ୍ବର ଥିବା ଏକ କାରର ପାର୍କି ହୋଇଥିବା ବେଳେ କାଚ ଭାଙ୍ଗି ଡାକ୍ତର ସୁର୍ଯ୍ୟପ୍ରକାଶ ନାୟକଙ୍କ ଲ୍ୟାପଟପ ସହ କିଛି ଟଙ୍କା ନେଇ ଚମ୍ପଟ ମାରିଥିଲେ ଏହି ଲୁଟେରା ଗ୍ୟାଙ୍ଗ୍ । କେବଳଏଇ ଘଟଣା ନୁଆ ନୁହେଁ ସମାନ ଢଙ୍ଗରେ ପୁର୍ବ ବର୍ଷ୪ମାର୍ଚ୍ଚ ୨୦୨୧ରେ ଖାରବେଳ ନଗର ଥାନା ଅଞ୍ଚଳ ଶ୍ରୀୟା ଟକିଜ ନିକଟରୁ ଏକ କାଚ ଭାଙ୍ଗି ନେଇଥିଲେ ୧ଲକ୍ଷ ୨୦ହଜାର । ୧୦ମାର୍ଚ୍ଚ ୨୦୨୧ରେ ଜଟଣୀ ଥାନା ଅଞ୍ଚଳରୁ ସବ ରେଜିଷ୍ଟ୍ରାର ଅଫିସ ସାମ୍ନାରୁ କାର କାଚ ଭାଙ୍ଗି ୬ଲକ୍ଷ ଲୁଟିଥିଲେ ଲୁଟେରା ।
୩.ବଡେମିଆ ଛୋଟେ ମିଆ ଗ୍ୟାଙ୍ଗ୍
୨୩ଜାନୁଆରି ୨୦୨୨ ସହିଦନଗର ଥାନା ଅଞ୍ଚଳକେଶୁରାରେ ଥିବା ପଲ୍ଲବୀ ମଣ୍ଡପରେ ବରଯାତ୍ରୀ ଆଳରେ ପଶିଥିଲେଜଣେ ଯୁବକ ଓ ଏଅ ଛୋଟ ପିଲା।
ଏହା ପରେ ମୋକା ଦେଖି ବିବାହ ପାଇଁ ବନ୍ଦାଣ ଗହଣା ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । କେବଳ ଗୋଟିଏ ମଣ୍ଡପ ନୁହଁ ଭୁବନେଶ୍ୱର ବାହାରେ ମଧ୍ୟ କଳାକନା ବୁଲାଉଛନ୍ତି ବଡେ ମିଆ ଛୋଟେ ମିଆ ଗ୍ୟାଙ୍ଗ। ଜଣେ ଛୋଟ ପିଲା ଜରିଆରେ କିପରି ଲୁଟପାଟ କରୁଛି ଜଣେ ଯୁବକ ତାର କାରନାମା କଏଦ ହୋଇଥିଲା କ୍ୟାମେରାରେ।
୪.ମୋଟୁ ପତଲୁ ଗ୍ୟାଙ୍ଗ୍