ଭୁବନେଶ୍ବର: ପୋଲିସ କବଜାରୁ ଅପରାଧୀଙ୍କୁ ଖସାଇ ନେବାକୁ ହୋଇଥିଲା ଯୋଜନାବଦ୍ଧ ଷଡଯନ୍ତ୍ର । ପୋଲିସ ଏସକର୍ଟକୁ ଆକ୍ରମଣ କରି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓକୁ ଖସାଇ ନେବାକୁ ଷଡଯନ୍ତ୍ର କରିଥିଲେ ସହଯୋଗୀ । ଯାହାକୁ ପଣ୍ଡ କରିଛି କମିଶନରେଟ ପୋଲିସ ।
ଏମିତି ଫିଲ୍ମ ଷ୍ଟାଇଲରେ ଯୋଜନା କରିଥିଲେ ଅପରାଧୀ । ଘଟଣା ଅନୁସାରେ ଜେଲରେ ଥିବା ଦୁର୍ଦ୍ଦାନ୍ତ ରବି ରାଓ 19 ତାରିଖରେ କୋର୍ଟରେ ହାଜର ହେବାର ଥିଲା । ଅଭିଯୁକ୍ତକୁ କୋର୍ଟରେ ହାଜର ପାଇଁ ପୋଲିସ ଏସକର୍ଟ କରି ନେବାବେଳେ ଅପରାଧୀମାନେ ପୋଲିସ ଏସକର୍ଟ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଖସାଇ ନେବାକୁ ଯୋଜନା କରିଥିଲେ । ଏଥିସହ ସ୍ପିଡ୍ ବାଇକରେ ଖସି ପଳାଇବାକୁ ଯୋଜନା ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସମସ୍ତ ଯୋଜନାକାରୀ 5 ଅପରାଧୀଙ୍କୁ ଚଢାଉ କରି ଗିରଫ କରିଛି ।