ଭୁବନେଶ୍ବର :ରାଜଧାନୀରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ନିକଟରେ ଲୁଟ ପାଇଁ ଜଣେ ଯୁବକକୁ ହାଣି ଲୁହଲୁହାଣ କରିଛନ୍ତି ଲୁଟେରା । ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟରେ ବିଜୟ ସ୍ବାଇଁଙ୍କୁ ଆକ୍ରମଣ ପରେ ଲୁଟ୍ ଉଦ୍ୟମ କରାଯାଇଛି ।
ରାଜଧାନୀରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା
ଭୁବନେଶ୍ବର ଉପକଣ୍ଠରେ ରକ୍ତମୁଖା ଲୁଟେରା । ଯୁବକକୁ ହାଣି କଲେ ଲୁହଲୁହାଣ । ଅଧିକ ପଢନ୍ତୁ....
ରକ୍ତମୁଖା ଲୁଟେରା
ବିଜୟଙ୍କୁ କଟୁରୀ ହାଣି ରକ୍ତାକ୍ତ କରିଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଲୁଟ୍ କରି ଖସି ଯାଉଥିବାବେଳେ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣଙ୍କୁ ଅଟକ ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ