ଭୁବନେଶ୍ବର: ରାଜଧାନୀରେ ଡକାୟତି ଗ୍ୟାଙ୍ଗ୍। ଘରର ସ୍କାଏଲେଟ ପରେ ଏବେ ଝରକା ତାଡି ଲୁଟିନେଲେ 7 ଲକ୍ଷ । ଲିଙ୍ଗରାଜ ଥାନା ସାମନ୍ତରାପୁରର ଦିବ୍ୟବିହାରରେ ଲେନ ନମ୍ବର 7 ପ୍ଲଟ ନମ୍ବର 53/139 ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।
ତେବେ ଚିତ୍ତରଞ୍ଜନ ପାଲ ଘରେ ଥିବା ଅବସ୍ଥାରେ ବାହାରପଟୁ କବାଟ ବନ୍ଦ କରି ଲୁଟିନେଇଛନ୍ତି ସୁନା ଗହଣା ଓ ଟଙ୍କା । ପ୍ରାୟ 7ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ । ହେଲେ ଏହାର କୌଣସି ଟେର ପାଉନି କମିଶନରେଟ ପୋଲିସ ।
ସହର ଭିତରେ ଏହି ଗ୍ୟାଙ୍ଗ୍ ଏବେ ବେଶ ସକ୍ରିୟ ଅଛନ୍ତି । ପୂଜା ସମୟରେ ଶହିଦନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ଧଉଳି ଭଳି ଅଞ୍ଚଳରୁ କରୁଛନ୍ତି ଲୁଟପାଟ୍ । ବିଶେଷ କରି ଧଉଳି ଥାନା ଅଞ୍ଚଳର ଶିଶୁପାଳ ଓ ଲିଙ୍ଗରାଜ ଥାନା ଅଞ୍ଚଳର ସାମନ୍ତରାପୁର ଅଞ୍ଚଳରେ ଏଭଳି ଡକାୟତି କରି ବାଏପାସ ଦେଇ ଖସିଯାଉଛନ୍ତି।
ଝରକା ତାଡି ନେଇଗଲେ 7 ଲକ୍ଷ, ଇଣ୍ଟେଲିଜେନ୍ସ ପୋଲିସିଂ ଫେଲ୍ ପିସିଆର ଭ୍ୟାନ, ପୋଲିସ କଣ୍ଟ୍ରୋଲ ରୁମ ,ସ୍ପେଶାଲ ଅଫିସର ସହ କ୍ୟୁଏଟି ,ସ୍ପେଶାଲ ସ୍କ୍ବାଡ ଥିବା ସତ୍ତ୍ବେ ମଧ୍ୟ ଅପରାଧର ସୁରାକ ପାଉନି କମିଶନରେଟ ପୋଲିସ । ତେବେ ଇଣ୍ଟେଲିଜେନସ ପୋଲିସଙ୍କ ଉପରେ ବିଶ୍ବାସ କରୁଥିବା ପୋଲିସ କମିସନରଙ୍କ ଗୁଇନ୍ଦା ରେକର୍ଡରେ ବି କୌଣସି ସୁରାକ ନାହିଁ ପୋଲିସ ହାତରେ । ଯାହାକୁ ନେଇ କମିଶନରେଟ ପୋଲିସକୁ ଅପରାଧି ଏକ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି। ଇଣ୍ଟେଲିଜେନ୍ସ ପୋଲିସ ସମ୍ପୂର୍ଣ୍ଣ ଫେଲ ମାରିଛି। ତେବେ କିଛିଦିନ ପୁର୍ବେ ସମାନ ଢଙ୍ଗରେ ସ୍କାଏଲେଟ ଦେଇ ପଶି ଧଉଳିଥାନା ଅଞ୍ଚଳରୁ ଡକାୟତ ଲୁଟିନେଇଥିଲେ 5 ଲକ୍ଷ ଟଙ୍କାର ଗହଣା ଓ ଟଙ୍କା।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ