ଓଡିଶା

odisha

By

Published : Jun 27, 2022, 10:19 AM IST

Updated : Jun 27, 2022, 2:14 PM IST

ETV Bharat / city

ରାଜଧାନୀରେ ମଲରେ ଡକାୟତି, ଫିଲ୍ମ ଷ୍ଟାଇଲରେ କାବୁ କଲା ପୋଲିସ

ରାଜଧାନୀରେ ମାତିଛନ୍ତି ଡକାୟତ । ବିଳମ୍ବିତ ରାତିରେ ଭୁବନେଶ୍ବରର ମଲରେ ଚୋରି କରୁଥିଲେ । ଫିଲ୍ମ ଷ୍ଟାଇଲରେ 2 ଜଣଙ୍କୁ କାବୁ କଲା ପୋଲିସ । ଘଟଣା ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅଧିକ ପଢ଼ନ୍ତୁ

loot at nayapali reliance fresh mall in bhubaneswar
ରାଜଧାନୀରେ ମଲରେ ଡକାୟତି, ଫିଲ୍ମ ଷ୍ଟାଇଲରେ କାବୁ କଲା ପୋଲିସ

ଭୁବନେଶ୍ବର:ରାଜଧାନୀରେ ମାତିଛନ୍ତି ଡକାୟତ । ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ମଲ୍‌ରେ ଚୋରି କରୁଥିଲେ । ଫିଲ୍ମ ଷ୍ଟାଇଲରେ 2 ଜଣଙ୍କୁ କାବୁ କଲା ପୋଲିସ । ଘଟଣା ନେଇ ପୋଲିସ ଅଧିକ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ରିଲାଏନ୍ସ ଫ୍ରେସ ମଲରେ 2ଜଣ ଡକାୟତ ପଶି ଲୁଟ କରୁଥିବା ପୋଲିସ ଖବର ପାଇଥିଲା । କମିଶନରେଟ ପୋଲିସର 4 ଜଣିଆ ଟିମ ମଲ୍‌ ଚାରିପଟେ ଘେରାବନ୍ଦୀ କରିଥିଲା ।

ଫିଲ୍ମ ଷ୍ଟାଇଲରେ ପ୍ରଥମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଡକାୟତଙ୍କୁ ଆତ୍ମସମର୍ପଣ କରିବାକୁ କୁହାଗଲା । କିନ୍ତୁ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖସି ପଳାଇବାକୁ ସେମାନେ ଉଦ୍ୟମ କରିଥିଲେ । ପରେ ଏକ ଟାକ୍ଟିକାଲ ୟୁନିଟ ମଲ୍‌ ଭିତରେ ପଶି ଉଭୟଙ୍କୁ କାବୁ କରିବାରେ ସଫଳ ହୋଇଛି । ତେବେ ଏହି ଘଟଣାରେ ମଲ୍‌ କର୍ମଚାରୀ ସାମିଲଥିବା ପୋଲିସ ସନ୍ଦେହ କରୁଛି । ନୟାପଲ୍ଲୀ ଆଇଆଇସିଙ୍କ ସୂଚନା ମୁତାବକ କିଛି ଦିନ ଧରି ମଲର ଲିଫ୍ଟ ଅଚଳ ଥିଲା ।

ଯାହାକୁ ନେଇ ରିଲାଏନ୍ସ କର୍ତ୍ତୃପକ୍ଷ ଅବଗତ ନଥିଲେ । କେବଳ ସୁପର ଭାଇଜର ଓ ଇଲେକ୍ଟ୍ରିସିଆନ ଏ ସମ୍ପର୍କରେ ଜାଣିଥିଲେ । ସେମାନେ ଲିଫ୍ଟକୁ ବେସମେଣ୍ଟକୁ ଆଣି ସେହି ବାଟଦେଇ ମଲ୍‌ ଭିତରେ ପଶୁଥିଲେ । ଦୁଇଚାରି ଦିନ ଧରି ମଲ୍‌ ଭିତରୁ ଗ୍ରୋସରୀ ସହ ଷ୍ଟ୍ରେସନାରି ଚୋରି କରୁଥିବା ପୋଲିସ ଅନୁମାନ କରୁଛି । ଘଟଣାରେ ଅନ୍ୟ କେହି ସାମିଲ ଥିବାନେଇ ପୋଲିସ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 27, 2022, 2:14 PM IST

ABOUT THE AUTHOR

...view details