ଓଡିଶା

odisha

ETV Bharat / city

ଭାରତୀୟ ଅର୍ଥନୀତି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, 3 ଚାଇନିଜ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର

ବେଆଇନ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ଭାରତରେ ଅପରେଟ ହେଉଥିବା ବେଆଇନ୍‌ ଲୋନ ଆପ୍‌ ପଛରେ ସାମ୍ନାକୁ ଆସିଛି ଚାଇନିଜ୍‌ ଲିଙ୍କ୍‌ । ଅଧିକ ପଢ଼ନ୍ତୁ

By

Published : Jul 17, 2022, 6:03 PM IST

Updated : Jul 17, 2022, 6:34 PM IST

ଟାର୍ଗେଟରେ ଭାରତ, ଅର୍ଥନୀତି ଦୁର୍ବଳ କରିବାକୁ ଚାଇନିଜଙ୍କ ଷଡ଼ଯନ୍ତ୍ର
ଟାର୍ଗେଟରେ ଭାରତ, ଅର୍ଥନୀତି ଦୁର୍ବଳ କରିବାକୁ ଚାଇନିଜଙ୍କ ଷଡ଼ଯନ୍ତ୍ର

ଭୁବନେଶ୍ବର:ବେଆଇନ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ଭାରତରେ ଅପରେଟ ହେଉଥିବା ବେଆଇନ୍‌ ଲୋନ ଆପ୍‌ ପଛରେ ସାମ୍ନାକୁ ଆସିଛି ଆଉ ୩ଜଣଙ୍କ ଚାଇନିଜ୍‌ ଲିଙ୍କ୍‌ । ଏମାନଙ୍କ ନାମରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଛି BOI(Bureau of Immigration) । ଏହି ତିନି ଚୀନ୍‌ ବ୍ୟକ୍ତି ହେଉଛନ୍ତି ସେନ୍‌ ଜେହୁଆ, କୁଆନ ହୁଙ୍ଗାଇ, ୟାଙ୍ଗ ହାଇଂ । ଏହାପୁର୍ବରୁ ଲିୟୁ ୟି ନାମକ ବ୍ୟକ୍ତିଙ୍କ ନାମରେ ଲୁକ ଆଉଟ ନୋଟିସ୍‌ ଜାରି କରାଯାଇଛି ।

ଭାରତୀୟ ଅର୍ଥନୀତି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, 3 ଚାଇନିଜ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର

ବାହାର ଦେଶକୁ ଲମ୍ବିଛି ଠକାମୀ ଚେର
କ୍ରାଇମବ୍ରାଞ୍ଚର EoW(Economic Offence Wing) ସୂଚନା ମୁତାବକ ଏମାନେ କେବଳ ଭାରତରେ ଏଭଳି ବେଆଇନ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ କରୁଛନ୍ତି ତାହା ନୁହେଁ । ପଡ଼ୋଶୀ ରାଷ୍ଟ୍ରରେ ବି ଏମାନେ ନିଜର ଠକେଇ ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଏହି ଠକେଇ ଲିଙ୍କ୍‌ରେ ଗିରଫ ହୋଇଥିବା ନୀତିନ ମଲ୍ଲିକକୁ ରିମାଣ୍ଡରେ ପଚରାଉଚରା ବେଳେ ଚାଇନିଜ୍‌ ଠକଙ୍କ ଲିଙ୍କ୍‌ ମିଳିଛି । କେବଳ ଭାରତ ନୁହେଁ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ଇଣ୍ଡୋନେସିଆରୁ ମଧ୍ୟ ଲୋନ୍‌ ଦେବା ଆଳରେ ଲୋକଙ୍କୁ ଠକିଛନ୍ତି ଚାଇନିଜ୍‌ ଠକ ।

କିଛି ପ୍ରତିଷ୍ଠିତ ଚାଟାର୍ଡ ଆକାଉଣ୍ଟାଣ୍ଟ, ଟେଲିକମ ଅପରେଟର ସର୍ଭିସ ପ୍ରୋଭାଡରଙ୍କ ଜରିଆରେ ଶତାଧିକ ବେଆଇନ ଲୋନ୍‌ ଆପ ବିକଶିତ ହୋଇଛି । ଏହାଦ୍ବାରା ଲୋକଙ୍କୁ ୩ରୁ ୯ ହଜାର ଇନ୍‌ସ୍‌ଟାଣ୍ଟ ଲୋନ୍‌ ଦେଇ ୧୦ରୁ ୨୦ହଜାର ପର୍ଯନ୍ତ ଟଙ୍କା ବସୁଲ କରୁଛନ୍ତି । ନୀରିହ ଜନସାଧାରଣଙ୍କୁ ଅଶ୍ଳୀଳ ଫଟୋ ମାଧ୍ୟମରେ ଡରାଇ ଧମକାଇ ବ୍ଲାକ୍‌ମେଲ କରି ଟଙ୍କା ଆଦାୟ କରୁଛନ୍ତି । ଭାରତ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଏହାଏକ ପ୍ରୟାସ ବୋଲି କହିଛନ୍ତି EoW ଏସ୍‌ପି ।

ନିଆଯିବ ଇଣ୍ଟରପୋଲ ସହାୟତା

ଏଭଳି ଠକଙ୍କ ଆମେରିକା ଓ ହଙ୍ଗ୍‌କଙ୍ଗ୍‌ ଭଳି ଦେଶରେ ବି ଲିଙ୍କ୍‌ ଥିବା ବେଳେ ଆଫ୍ରିକାର ମିଡିଲ ଇଷ୍ଟ୍‌ ଅଞ୍ଚଳରେ ନେଟୱର୍କ ଚଲାଇବାକୁ ଯୋଜନା ରହିଛି । ହାୱାଲା ଓ ବିଟ୍‌ କଏନ ଓ କ୍ରିପ୍ଟୋକରେନ୍ସି ଜରିଆରେ ଆନ୍ତର୍ଜାତିକ ମୁଦ୍ରାକୁ ରୁପାନ୍ତର କରି ଗୋଟିଏ ପରେ ଗୋଟିଏ ଦେଶରେ ଲୋନ୍‌ ଆପ୍‌ ଠକାମି ନେଟୱର୍କ ବଢାଇ ଚାଲିଛନ୍ତି । ଗୁଗୁଲରେ ଏବେବି ଅନେକ ବେଆଇନ ବେଆଇନ ଲୋନ୍‌ ଆପ ଉପଲବ୍ଧ ରହିଛି । ସେସବୁ ଆପ୍‌ ବନ୍ଦ କରିବାକୁ ଗୁଗୁଲକୁ ଜଣା ଯାଇଛି ।

ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଇଣ୍ଟରପୋଲ୍‌ର ସହୟତା ନିଆଯିବ ବୋଲି EoW ଏସ୍‌ପି ଦିଲ୍ଲୀପ ତ୍ରୀପାଠି କହିଛନ୍ତି । ତେବେ ଶ୍ରୀଲଙ୍କା ଭଳି ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ, ଏବେ ପାକିସ୍ତାନ ଓ ନେପାଳ ଭଳି ପଡ଼ୋଶୀ ରାଷ୍ଟ୍ରରେ ଲୋକଙ୍କୁ ଠକାମୀ କରୁଛନ୍ତି । ଏନେଇ ଅର୍ଥନୈତିକ ଅପରାଧା ଶାଖା ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି ।


କିପରି ହୋଇଥାଏ ଠକାମି ?
ଆପ୍‌ ମାଧ୍ୟମରେ କିଛି କ୍ଷଣ ମଧ୍ୟରେ ଲୋକଙ୍କୁ ଲୋନ୍‌ ଯୋଗାଇ ଦିଆଯାଉଥିଲା । ସହଜ ଉପାୟରେ ଆପ୍‌ ଡାଉନଲୋଡ କରି ମିଳୁଥିଲା ଟଙ୍କା । ଲୋଭରେ ପଡ଼ି ଆପ୍‌ ଡାଉନଲୋଡ କରୁଥିଲେ ଲୋକେ । ହେଲେ ଋଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍ । ଋଣ ପଇଠ ପାଇଁ ମନଇଛା ସୁଧରେ ଗ୍ରାହାକଙ୍କ ଉପରେ ଜୁଲମ ଆରମ୍ଭ କରୁଥିଲେ ଏଜେଣ୍ଟ । ଗ୍ରାହକଙ୍କ ଅଶ୍ଳୀଳ ଫଟୋ ତିଆରି କରି ବନ୍ଧୁ ପରିଜନଙ୍କୁ ପଠାଇବା ଭଳି ଧମକ ଦିଆଯାଉଥିଲା ।

ମାନସିକ ଚାପରେ ରହୁଥିଲେ ଋଣ ନେଇଥିବା ଲୋକେ । ଯେତିକି ଋଣ ତାଠାରୁ ଦୁଇ ଓ ତିନି ଗୁଣା ଋଣ ଆଦାୟ କରୁଥିଲେ ଏଜେଣ୍ଟ ବା ଆପ୍‌ । ଗ୍ରାହକଙ୍କୁ ଠକିବା ପାଇଁ ହୋଇଥିଲା ସମସ୍ତ ଷଡଯନ୍ତ୍ର । ଏହିଭଳି ଅନେକ ବେଆଇନ ଲୋନ୍‌ ଆପ୍‌ରେ ଠକାମି କରୁଥିଲେ । ଗ୍ରାହାକଙ୍କୁ ଋଣ ପଇଠ ଆଳରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ଘରୁ ଉଠାଇନେବାର ଧମକ ଦେଉଥିଲେ ଆପ୍‌ର ଏଜେଣ୍ଟ । ତାସହ ସମ୍ପର୍କୀୟଙ୍କୁ ଫୋନ୍‌ କରି ବଦନାମ କରୁଥିଲା ସଂସ୍ଥା । ଏପରିକି ଅନେକ ଲୋକ ମାନସିକ ଅତ୍ୟାଚାର ସହିନପାରି ଜୀବନ ହାରିଥିବା ଖବର ରହିଛି ।

ଆକ୍ସନ ମୁଡ୍‌ରେ ଓଡ଼ିଶା EoW

ଏହିଭଳି ଢଙ୍ଗରେ ଠକେଇ ହେଉଥିବା ଖବର ପାଇଥିଲା ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ । ସେସବୁ ଆପ୍‌ର ଯାଞ୍ଚ ବେଳେ ଅସଲ ଘଟଣା ପଦାକୁ ଆସିଥିଲା । ଏହିସବୁ ଆପ୍‌ ରିଜର୍ଭ ବ୍ୟାଙ୍କରର ଅନୁମତି ପାଇନଥିବା ଜଣା ପଡ଼ିଥିଲା । ଏନେଇ EoW ନିକଟରେ ଅଭିଯୋଗ ପରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଏଯାବତ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସହ ଏକାଧିକ ବ୍ୟାଙ୍କ୍‌ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଗକୁ ଗିରଫ ସଂଖ୍ୟା ବଢିବ ବୋଲି ସୂଚନା ଦେଇଛି ପୋଲିସ ।

Last Updated : Jul 17, 2022, 6:34 PM IST

For All Latest Updates

TAGGED:

ABOUT THE AUTHOR

...view details