ଓଡିଶା

odisha

ETV Bharat / city

ଲୋକାର୍ପଣ ହେଲା ଲୋକାୟୁକ୍ତଙ୍କ ୱେବସାଇଟ - lokayukta portal

ଲୋକାୟୁକ୍ତରେ ମାମଲା ବିଷୟରେ ଜାଣିବା ସହଜ ହେଲା । ଏନେଇ ଏକ ସ୍ୱତନ୍ତ୍ର ୱେବସାଇଟର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଲୋକାର୍ପଣ ହେଲା ଲୋକଯୁକ୍ତଙ୍କ ୱେବସାଇଟ
ଲୋକାର୍ପଣ ହେଲା ଲୋକଯୁକ୍ତଙ୍କ ୱେବସାଇଟ

By

Published : Jun 24, 2020, 8:41 PM IST

Updated : Jun 24, 2020, 8:57 PM IST

ଭୁବନେଶ୍ବର: ଏଣିକି ଲୋକାୟୁକ୍ତରେ ମାମଲା ବିଷୟରେ ଜାଣିବା ସହଜ ହେବ । ଏନେଇ ଏକ ସ୍ୱତନ୍ତ୍ର ୱେବସାଇଟର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ଜନସାଧାରଣ ଲୋକାୟୁକ୍ତ, ଓଡ଼ିଶାର କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ସୂଚନା ପାଇବା ସହ ଅଭିଯୋଗକାରୀମାନେ ତାଙ୍କ ଦ୍ୱାରା ଦାଏର କରାଯାଇଥିବା ଅଭିଯୋଗର ସ୍ଥିତାବସ୍ଥା ଏବଂ ଲୋକାୟୁକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଦେଶ ସଂପର୍କରେ ତଥ୍ୟ ପ୍ରାପ୍ତ କରିପାରିବେ ।

ଲୋକାର୍ପଣ ହେଲା ଲୋକଯୁକ୍ତଙ୍କ ୱେବସାଇଟ

ଏତଦବ୍ୟତୀତ ଲୋକାୟୁକ୍ତଙ୍କ ନିକଟରେ ଦାଏର ହୋଇଥିବା ଅଭିଯୋଗ ଗୁଡ଼ିକର ଶୁଣାଣି ଜାଣିବା ସମ୍ବନ୍ଧରେ ଅଭିଯୋକାରୀ ଏବଂ ପ୍ରତିପକ୍ଷମାନେ ତଥ୍ୟ ଜାଣିପାରିବେ । ଏହି ପୋର୍ଟାଲଟି ହେଉଛି, http://lokayukta.odisha.gov.in । ଲୋକାୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଲୋକାୟୁକ୍ତ, ଓଡ଼ିଶା ସରକାରୀ ୱେବସାଇଟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଲୋକାର୍ପଣ ହେଲା ଲୋକାୟୁକ୍ତଙ୍କ ୱେବସାଇଟ

ଲୋକାୟୁକ୍ତ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅଜିତ ସିଂହଙ୍କ ଦ୍ୱାରା ଏହି ଓ୍ବେବସାଇଟ ଲୋକାର୍ପିତ କରାଯାଇଥିଲା । ଉତ୍ସବରେ ଲୋକାୟୁକ୍ତ, ସଦସ୍ୟ ନ୍ୟାୟମୂର୍ତ୍ତି ବିଜୟ କୁମାର ନାୟକ, ଡା. ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ମାନସ କୁମାର ତ୍ରୀପାଠୀ, ଏନଆଇସି, ଭୁବନେଶ୍ୱରର ବୈଷୟିକ ନିର୍ଦ୍ଦେଶକ ହରପ୍ରସାଦ ଦାସ, ଏନଆଇସି, ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସମ୍ବିତ କୁମାର ପାତ୍ର, ନିର୍ଦ୍ଦେଶକ, ତଦନ୍ତ ତ୍ରିଲୋଚନ ପ୍ରଧାନ, ନିର୍ଦ୍ଦେଶକ, ଅଭିଯୋଜନ ଦେବୀଦତ୍ତ ଦାସ ମହାପାତ୍ର, ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ, ବିତ୍ତ ଅଧିକାରୀ ଶିଖା ବିଶ୍ୱାଳ, ଉପସଚିବ ବିଜୟଲକ୍ଷ୍ମୀ ଜେନା ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 24, 2020, 8:57 PM IST

ABOUT THE AUTHOR

...view details