ଓଡିଶା

odisha

ETV Bharat / city

ଫେରିଲା ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା, କ୍ରାଇମ ବ୍ରାଞ୍ଚକୁ ନୋଟିସ

ଗଙ୍ଗାପାଟଣା ଜମି ଦୂର୍ନୀତିକୁ ନେଇ 2014 ମସିହାରେ ରାଜ୍ୟରେ ବିସ୍ଫୋରକ ରାଜନୈତିକ ଝଡ ସୃଷ୍ଟି କରିଥିଲା । ଏବେ ମାମଲାରେ ଲୋକାୟୁକ୍ତ ହସ୍ତକ୍ଷେପ କରିଛନ୍ତି ।

By

Published : Sep 21, 2019, 10:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା । ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ ଜାରି କରିଛନ୍ତି ଓଡିଶା ଲୋକାୟୁକ୍ତ । ଆସନ୍ତା ମାସ ୧୭ ସୁଦ୍ଧା ଗଙ୍ଗାପାଟଣା ଜାମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ମାସ ୨୧ ତାରିଖରେ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

୨୦୧୪ରେ ରାଜ୍ୟ ରାଜନୀତିକୁ ଏହି ପ୍ରସଙ୍ଗ ଦୋହଲାଇ ଦେଇଥିଲା । ବହୁ ରାଜନେତା ଓ ଅଫିସର ଗଙ୍ଗାପାଟଣାରେ ସରକାରୀ ଜମିକୁ ଜବରଦଖଲରେ ରଖିଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ନୋଟିସ ଜାରି କରିଛନ୍ତି ଲୋକାୟୁକ୍ତ । ଏଥିସହ ସୂଚନା ଅଧିକାର ଆଇନ ବଳରେ ଗଙ୍ଗାପାଟଣା ଜମିର ତଥ୍ୟ ପାଇବାରେ ବିଫଳ ହେବା ପରେ ପ୍ରଦୀପ ଲୋକାୟୁକ୍ତଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସେହିପରି ଗତ ୫ ବର୍ଷ ଧରି ଗଙ୍ଗାପାଟଣା ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜକୁ କ୍ରାଇମବ୍ରାଞ୍ଚ ଜବତ କରି ରଖିଥିଲା । ଫଳରେ ଏହାକୁ ଫେରସ୍ତ ନକରିବାରୁ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ଦେବାକୁ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟରେ ଆବେଦନ ହୋଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details