ଓଡିଶା

odisha

ETV Bharat / city

ଲକଡାଉନରେ ଟ୍ୟାଲେଣ୍ଟ ଖୋଜୁଛି ସୁର୍ ଭାଇବ୍ରେସନ ଅନୁଷ୍ଠାନ - Lockdown Talent Hunt

ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ଟିଭି ଶୋ’ ଓ ଫିଲ୍ମ ସୁଟିଂ ବନ୍ଦ ଥିବା ବେଳେ ଦେଶର ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ ପାଇଁ ଏକ ନୂଆ ପ୍ଲାଟଫର୍ମ ପ୍ରଦାନ କରିଛି ଭୁବନେଶ୍ବରର ସୁର ଭାଇବ୍ରେସନ ଅନୁଷ୍ଠାନ । ଅଧିକ ପଢନ୍ତୁ...

Lockdown Talent Hunt of Sur Vibration Institute
ସୁର ଭାଇବ୍ରେସନ ଅନୁଷ୍ଠାନର ଲକଡାଉନ ଟ୍ୟାଲେଣ୍ଟହଣ୍ଟ

By

Published : May 4, 2020, 8:30 PM IST

ଭୁବନେଶ୍ବର: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏହାକୁ ପ୍ରତିହତ କରିବା ପାଇଁ ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଟିଭି ସିରିୟଲ୍‌, ଶୋ’ ଓ ଫିଲ୍ମର ସୁଟିଂ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଦେଶର ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ ପାଇଁ ଏକ ନୂଆ ପ୍ଲାଟଫର୍ମ ପ୍ରଦାନ କରିଛି ଭୁବନେଶ୍ବରର ସୁର ଭାଇବ୍ରେସନ ଅନୁଷ୍ଠାନ ।

ସୁର ଭାଇବ୍ରେସନ ଅନୁଷ୍ଠାନର ଲକଡାଉନ ଟ୍ୟାଲେଣ୍ଟହଣ୍ଟ

ଏହି କୋରୋନା ମହାମାରୀ କବଳରୁ ମାନସିକ ସ୍ତରରେ ସଶକ୍ତ ହେବା ପାଇଁ ଓଡିଶାର ସୁମଧୁର ,ସୁଗାୟିକା ଶ୍ରୀମତୀ ଡ. ଜୟଶ୍ରୀ ଧଳ ଏବଂ ତାଙ୍କ ଟିମରେ ଯୋଗଦାନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ବର୍ତ୍ତମାନ ସାରା ଭାରତରୁ ପ୍ରତିଭା ମାନେ ଏବଂ ଓଡ଼ିଶା କୋଣ ଅନୁକୋଣର ଅନେକ ପ୍ରତିଯୋଗୀ ମାନେ ଭିଡିଓ ପଠାଉଛନ୍ତି।

ଏଥିରେ ଵୟସ ସୀମା 5 ବର୍ଷ ରୁ 18 ବର୍ଷ ଉର୍ଦ୍ଧ ଭାଗ ନେଇ ପାରିବେ। ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନେ ସୁର ଭାଇବ୍ରେସନ ତରଫରୁ ଆଲବମ ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ଦିଆଯିବ। ଏଥିସହିତ ଲକଡାଉନ ଉଠିବା ପରେ ଗୋଟିଏ ଗ୍ରାଣ୍ଡ ସୋ କରି ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details