ଭୁବନେଶ୍ବର: କୋରୋନା ଲକଡାଉନ କଟକଣା ଜାରି ରହିବା ନେଇ ବିଏମସି ପକ୍ଷରୁ ସ୍ବତନ୍ତ୍ର ଘୋଷଣା କରାଯାଇଛି।
ରାଜଧାନୀରେ ଜାରି ରହିବ ଲକଡାଉନ କଟକଣା - କୋରୋନା ଲକଡାଉନ
ଭୁବନେଶ୍ବରରେ ଜାରି ରହିବ କୋରୋନା ଲକଡାଉନ କଟକଣା । ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବିମସି ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ...
ରାଜଧାନୀରେ ଜାରି ରହିବ ଲକଡାଉନ କଟକଣା
ରାଜଧାନୀ ଭୁବନେଶ୍ବରରେ ଜାରି ରହିବ କରୋନା କଟକଣା। ଭୁବନେଶ୍ବର ହଟସ୍ପଟ ଯୋନ ହୋଇଥିବାରୁ କଟକଣା ବଳବତ୍ତର ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ, ଔଷଧ, କ୍ଷୀର, ଗ୍ରୋସରି ଦୋକାନ କଟକଣା ମୁକ୍ତ ରହିବ । ସିମେଣ୍ଟ, ରଡ, ବାଲି, ଗୋଡି ଦୋକାନ ଖୋଲା ରହିବ, କେବଳ ରାତ୍ରି ସମୟରେ ପରିବହନ କରିପାରିବେ । ଯଦି ଏହି ନିୟମ ଉଲଙ୍ଘନ ହୁଏ ସମ୍ପୃକ୍ତ ଦୋକାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ