ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ - ଲକଡାଉନରେ କଣ ଅନୁମତି
17:44 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
17:44 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
17:44 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
17:44 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
17:43 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
17:39 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ
13:52 May 18
ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11 ଟା କଟକଣା କୋହଳ
ଭୁବନେଶ୍ବର:ବଢିଲା ଲକଡାଉନ ଅବଧି । ଜୁନ 1 ତାରିଖ ସକାଳ 5ଟା ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ସଂକ୍ରମିତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡ଼ାଉନ ବୃଦ୍ଧି କରିଛନ୍ତି । ଜୁନ ପହିଲା ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡ଼ାଉନ କଟକଣା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଲକଡାଉନ ଅବଧି ବୃଦ୍ଧି ସହ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ ଲାଇନ ଅନୁସାରେ, ଏଣିକି ଦୈନିକ ୬ ଘଣ୍ଟା ବଦଳରେ କୋହଳ ସମୟ ୪ ଘଣ୍ଟାକୁ ଖସାଇ ଦିଆଯାଇଛି । ଘର ଠାରୁ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ 7ଟାରୁ 11 ଟା ମଧ୍ୟରେ ଚାଲି ଚାଲି ପନିପରିବା ଆଦି ନିତ୍ୟବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରି ପାରିବେ ଲୋକେ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଅବଧି ସକାଳ 6 ଟାରୁ 12 ଟା ଘୋଷଣା କରାଯାଇଥିଲା ।
ନଜର ପକାନ୍ତୁ ଲକଡାଉନରେ କ’ଣ କରିବାକୁ ଅନୁମତି ଆଉ କଣ ମନା ..
ଅନୁମତି :-
- ଲକ୍ଡାଉନ୍ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି
- ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ
- ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
- ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ
- ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ
- ଫ୍ଲିପ୍କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି
- ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆକୁ ଅନୁମତି
- ପେଟ୍ରୋଲ ପମ୍ପ୍, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
ଅନୁମତି ନାହିଁ
- ଲକ୍ଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି
- କେବଳ ମେଡିକାଲ ଓ ଜରୁରୀକାଳୀନ ସେବା କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
- ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
- ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
- ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ
- ସିନେମା ହଲ୍, ମଲ୍ ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ
- ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
- ସେଲୁନ୍, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
- ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
- ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ ହୋଇ ପାରିବ
- ବିବାହରେ ୨୫ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି
- ପୂର୍ବରୁ ବିବାହ କାର୍ଯ୍ୟ ଲାଗି 50 ଜଣଙ୍କୁ ଅନୁମତି ଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟା 25 ହୋଇଛି
- କୌଣସି କାର୍ଯ୍ୟରେ ଭୋଜି ଭାତ ମନା
- ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ