ଓଡିଶା

odisha

ETV Bharat / city

ସଡ଼କ ଦୁର୍ଘଟଣା ଉପରେ ଲକଡାଉନ ଇଫେକ୍ଟ

ଲକଡାଉନ ଅବଧି ବେଳେ ଯାନବାହାନ ଚଳାଚଳ ଉପରେ ରୋକ ଲାଗିଥିବାରୁ କମିଛି ସଡକ ଦୁର୍ଘଟଣା । ଆଉ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ ହାର । ପଢନ୍ତୁ ପୁରା ଖବର...

lockdown-effect-on-road-accidents-at-odisha
ରୋଡ ଆକ୍ସିଡେଣ୍ଟ ଉପରେ ଲକଡାଉନ ଇଫେକ୍ଟ

By

Published : Apr 17, 2020, 10:05 PM IST

ଭୁବନେଶ୍ବର: ଲକଡାଉନରେ ଏବେ ରାଜ୍ୟବାସୀ । ଶୂନଶାନ ରାଜଧାନୀର ରାଜପଥ । ଖାଁ ଖାଁ ସହରର ଗଳିକନ୍ଦି । ରାସ୍ତାରେ ଗଡୁନି ଗାଡି କି ଯାତାୟତ କରୁନି ଭାରିଯାନ । ତେବେ ଲକଡାଉନ ସମୟରେ ଯାନବାହାନ ଚଳାଚଳ ଉପରେ ରୋକ ଲାଗିଥିବାରୁ କମିଛି ସଡକ ଦୁର୍ଘଟଣା । ଆଉ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ ହାର ।

ରୋଡ ଆକ୍ସିଡେଣ୍ଟ ଉପରେ ଲକଡାଉନ ଇଫେକ୍ଟ

ରେକର୍ଡ କହୁଛି, ବିଗତ ଦିନରେ ମାସକୁ ପ୍ରାୟ ୯ ଶହ ଦୁର୍ଘଟଣା ଓ ୪୫୦ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିଲା । ମାତ୍ର ପ୍ରଥମ ପର୍ଯ୍ୟାୟ ଲକଡାଉନ ଅବଧିରେ ସାରା ରାଜ୍ୟରେ ମାତ୍ର 4ଟି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ବେଳେ 103ଟି ଦୃତଗାମୀ ଗାଡି ଚାଳନା ରିପୋର୍ଟ ହୋଇଛି । ସେହିପରି କେବଳ ଭୁବନେଶ୍ବରରେ 0 ଆକ୍ସିଡେଣ୍ଟ ଡେଥ ସହ 11ଟି ଦୃତଗାମୀ ଗାଡି ଚାଳନା ରିପୋର୍ଟ ହୋଇଛି । ଯାହାକି ସଡକ ଦୁର୍ଘଟଣା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି ।

ସେପଟେ ଲକଡାଉନ ସମୟରେ ଅଭ୍ୟାସ ଗତ ନିୟମ ଉଲଙ୍ଘନକାରୀଙ୍କୁ ଗୋଡେ ଗୋଡେ ଜଗିଛି ପୋଲିସ । ଜାଗା ଜାଗାରେ ଚେକିଂ ସହ କଡାକଡି କାର୍ଯ୍ୟାନୁଷ୍ଠାନ । ସାମାନ୍ୟ ଭୁଲ ପାଇଁ ଫାଇନ କାଟୁଛି ଟ୍ରାଫିକ ପୋଲିସ । ଆଉ ଯାହାର ସିଧା ପ୍ରଭାବ ପଡିଛି ସଡକ ଦୁର୍ଘଟଣା ଉପରେ । କେତେକ ସ୍ଥାନରେ ଛୋଟ ଛୋଟ ଦୁର୍ଘଟଣା ଘଟିଥିଲେ ବି କୌଣସି ଜୀବନ ହାନି ହୋଇନାହିଁ । ତେବେ ସଡକ ଦୁର୍ଘଟଣା କ୍ଷେତ୍ରରେ ଏପରି ବଡ ପରିବର୍ତ୍ତନକୁ ସାଧାରଣରେ ପ୍ରସଂଶା କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details