ଓଡିଶା

odisha

ETV Bharat / city

ରବି ଫସଲ ପାଇଁ 6,500 କୋଟି ଟଙ୍କାର ଋଣ ଦେବେ ସରକାର

ଫସଲ ଋଣର ଯେପରି ସଦୁପଯୋଗ ହୋଇପାରିବ । ସେଥି ନିମନ୍ତେ ଉନ୍ନତ ମାନର ବିହନ, ସାର, କୀଟନାଶକ ଚାଷୀମାନଙ୍କୁ ଯେପରି ପ୍ୟାକ୍ସ ଏବଂ କୃଷି ବିଭାଗ ଦ୍ୱାରା ଠିକ୍‌ ସମୟରେ ଉପଲବ୍ଧ ହୋଇପାରିବ ବୋଲି କହିଛି ବିଭାଗ ।

By

Published : Dec 3, 2019, 5:40 AM IST

Updated : Dec 3, 2019, 8:05 AM IST

loan-for-rabi-crop
ଫାଇଲ ଫଟୋ

ଭୁବନେଶ୍ବର: ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦି ଫସଲ ଋଣ ପ୍ରଦାନକୁ ତ୍ବରାନିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ଦିଗରେ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।

ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି । ୨୦୧୯ରେ ଖରିଫ ଋତୁରେ ୧୭.୯୬ ଲକ୍ଷ ଜଣ ଚାଷୀଙ୍କୁ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ/ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ୨୦୧୮-୧୯ ରବିଋତୁରେ ରବି ଫସଲ ଋଣ ପ୍ରଦାନ ଲକ୍ଷ ୫ ହଜାର ୬୦୦ କୋଟି ଧାର୍ଯ୍ୟ କରାଯାଇଥିବାବେଳେ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଦ୍ୱାରା ଚାଷୀମାନଙ୍କୁ ୬୦୦୪.୨୩ କୋଟି ଟଙ୍କା ଫସଲ ଋଣ ଆକାରରେ ପ୍ରଦାନ କରାଯାଇଥିଲା ।

ରବି ଫସଲ ପାଇଁ ଋଣ ଦେବେ ସରକାର

ଏହି ପରିପ୍ରେକ୍ଷୀରେ ଚଳିତ ରବିଋତୁରେ ଚାଷୀମାନେ ଯେପରି ଠିକ୍‌ ସମୟରେ ଋଣ ପାଇବେ ଏବଂ କୃଷି କାର୍ଯ୍ୟରେ ଲଗାଇପାରିବେ ସେଥି ନିମନ୍ତେ ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଚାଷୀମାନଙ୍କୁ ବିହନ ଓ ସାର ଠିକ୍‌ ସମୟରେ ପ୍ୟାକସ୍‌ଗୁଡ଼ିକରେ ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ପୈଠ କରିଥିବା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପୈଠ କଲେ ଚାଷୀମାନଙ୍କୁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଚଳିତ ବର୍ଷ ରବି ଫସଲ ଋଣରେ ଧାର୍ଯ୍ୟ ୬୫୦୦ କୋଟି ମଧ୍ୟରୁ ଅନ୍ତତଃ ପକ୍ଷେ ୧୦ ପ୍ରତିଶତ ଋଣ ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ୟମରେ ଭୂମିହୀନ ଓ ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି ।

ପ୍ରକୃତ ଚାଷୀମାନେ ଯେପରି ଫସଲ ଋଣ ପାଇବେ ସେଥି ନିମନ୍ତେ ଚାଷୀମାନଙ୍କ କିଷାନ କ୍ରେଡିଟ୍‌ କାର୍ଡ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକସ୍‌ କିମ୍ବା ବାଣିଜ୍ୟକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନିଶ୍ଚିତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 3, 2019, 8:05 AM IST

ABOUT THE AUTHOR

...view details