ଓଡିଶା

odisha

ETV Bharat / city

କୁନି କଣ୍ଠଶିଳ୍ପୀ ସାଇ ଆଶୁତୋଷ, ଦିନକରେ ୫ ଲକ୍ଷ ଭ୍ୟୁୟର୍ସ

ମାତ୍ର ୩ ବର୍ଷ ବୟସରୁ ୟୁଟ୍ୟୁବରୁ ଗୀତ ଶୁଣି ଗାଇବା ଆରମ୍ଭ କରିଥିଲେ ସାଇ । ଆଉ ଏବେ ଏହି ନିଶା ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । ଅଧିକ ପଢନ୍ତୁ...

littel singer sai
କୁନି କଣ୍ଠଶିଳ୍ପୀ ସାଇ ଆଶୁତୋଷ

By

Published : Aug 19, 2021, 4:07 PM IST

ଭୁବନେଶ୍ବର: ବୟସ ମାତ୍ର ୬ବର୍ଷ । ଏତେ କମ ବୟସରେ ସେ ପାଲଟିଛନ୍ତି ସ୍ବରର ଯାଦୁକର । ଭାଵପୂର୍ଣ୍ଣ ଭଜନ ଓ ଦେଶାତ୍ମବୋଧକ ଗୀତ ଗାଇ ଲକ୍ଷାଧିକ ଶ୍ରୋତାଙ୍କ ଜିତିଛନ୍ତି ହୃଦୟ । ଏହି ବାଳକ ଜଣକ ହେଲେ ଭୁବନେଶ୍ବର ସଞ୍ଜତ ମହାପାତ୍ର ଓ ରଶ୍ମି ମହାପାତ୍ରଙ୍କ ପୁଅ ସାଇ ଆଶୁତୋଷ ମହାପାତ୍ର । ମାତ୍ର ୩ ବର୍ଷ ବୟସରୁ ୟୁଟ୍ୟୁବରୁ ଗୀତ ଶୁଣି ଗାଇବା ଆରମ୍ଭ କରିଥିଲେ ସାଇ । ଯାହା ଏବେ ତାଙ୍କୁ କରିଛି ବେଶ ପରିଚିତ ।

କୁନି କଣ୍ଠଶିଳ୍ପୀ ସାଇ ଆଶୁତୋଷ, ଦିନକରେ ୫ ଲକ୍ଷ ଭ୍ୟୁୟର୍ସ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ସାଇ । ପିଲାଟି ଦିନରୁ ଗୀତ ପ୍ରତି ସାଇଙ୍କ ଭଲ ପାଇବା ରହିଥିବା କହିଛନ୍ତି ସାଇଙ୍କ ବାପାମାଆ । ସାଇଙ୍କର ଗୀତ ପ୍ରତି ଭଲ ପାଇବା ଦେଖି ପରିବାର ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି । ଆଉ ଏହା ପରେ ସାଇ ହାସଲ କରି ଚାଲିଛନ୍ତି ସଫଳତା । ସାଇଙ୍କ ସ୍ବର ସୃଷ୍ଟି କରିଛି ମଧୁର ଧ୍ବନି ଆଉ ଅୟୁତ ପ୍ରତିଧ୍ବନି । ସ୍ଵରର ଯାଦୁରେ ଭକ୍ତ ଆଉ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି ୬ ବର୍ଷର କଣ୍ଠଶିଳ୍ପୀ ସାଇ ଆଶୁତୋଷ ମହାପାତ୍ର । ମହମ୍ମଦ ଅଜିଜଙ୍କ କଣ୍ଠରେ ଆମେ ପୂର୍ବରୁ ଶୁଣିଥିବା ଅନେକ ଭଜନକୁ ଚମତ୍କାର ଢଙ୍ଗରେ ପରିବେଷଣ କରି ସାଇ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ।

ଏଭଳି ଭାବପୂର୍ଣ୍ଣ ଭଜନ ସହିତ ୭୫ତମ ସ୍ବାଧୀନତା ଦିବସ ଅବସରରେ ସାଇଙ୍କ ଦେଶାତ୍ମବୋଧକ ଏକ ସଂଗୀତକୁ ସବୁଠୁ ଅଧିକ ପ୍ରଶଂସା କରିଛନ୍ତି ଦର୍ଶକ । କୁନି କଣ୍ଠରେ ଉଚ୍ଚାରିତ ହେଉଥିବା ଗୀତର ପ୍ରତ୍ୟେକଟି ଶବ୍ଦରେ ସୃଷ୍ଟି ହୋଇଛି ଦେଶପ୍ରେମର ଅଦ୍ଭୁତ କମ୍ପନ । କେବେ ଦେଶପ୍ରେମର ସଂଗୀତ ତ କେବେ ସିନେମା ଗୀତ ଆଉ କେବେ ଜଗନ୍ନାଥଙ୍କ ଭଜନ ଗାଇ ସାଇ ଆଶୁତୋଷ ନିଜର ଇଛା ଆଉ ଆଗ୍ରହରେ ଲଗାଇଛନ୍ତି ଡେଣା । ୩ ବର୍ଷ ବୟସରୁ ଗୀତ ପ୍ରତି ତାଙ୍କର ଆଗ୍ରହ ତାକୁ ଏତେ ଦୂର ଆଣିପାରିଛି ।

ବର୍ତ୍ତମାନ ତାଙ୍କର ୧୦ଟି ଗୀତର ରେକର୍ଡିଂ ସରିଛି । ଆଗକୁ ଆଉ କିଛି ଗୀତର ରେକର୍ଡିଂ ପାଇଁ ପ୍ରାକ୍ଟିସ ଚାଲିଛି । ଖାଲି ଗୀତ ନୁହେଁ ସାଇ ଗୀତ ଗାଇବା ସହିତ ଚିତ୍ର କରିବାର ରୁଚି ରଖିଛନ୍ତି । ପାଠ ପଢିବା ଓ ଖେଳିବାକୁ ସେ ଖୁବ ଭଲ ପାଆନ୍ତି । ଦିନକୁ ପ୍ରାୟ ଦେଢ଼ଘଣ୍ଟା ଗୀତ ଅଭ୍ୟାସରେ କାଟନ୍ତି ସାଇ । ଏହି ସହିତ ହାର୍ମୋନିୟମ ଅଭ୍ୟାସ ମଧ୍ୟ କରିଥାନ୍ତି । ସାଇଙ୍କ ସ୍ବରରେ ଦେଶାତ୍ମବୋଧକ ସଙ୍ଗୀତ ଦର୍ଶକ ବେଶ ପ୍ରଶଂସା କରିଛନ୍ତି । ଗୀତଟି ୟୁଟ୍ୟୁବରେ ବାଜିବା ପରେ ଗୋଟିଏ ଦିନରେ ୫ ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି । ଯାହା ଓଡ଼ିଶାର ପାଇଁ ଗୌରବର ବିଷୟ । ଏହି କୁନି କଣ୍ଠଶିଳ୍ପୀ ସାଇଙ୍କ ସ୍ବରକୁ ମିଳିଛି ଲକ୍ଷାଧିକ ଶ୍ରୋତାଙ୍କ ସମର୍ଥନ । ଆଗକୁ ଏହି ପରି ସାଧନା ଜାରି ରଖିଲେ ସେ ଦୂର ଯାତ୍ରାର ଜଣେ ସଫଳ କଣ୍ଠଶିଳ୍ପୀ ହୋଇପାରିବେ ନିଶ୍ଚୟ ।



ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details