ଓଡିଶା

odisha

ETV Bharat / city

ବର୍ଷା ସତ୍ତ୍ବେ ବି ଗରମରେ ଡହଳବିକଳ ରାଜ୍ୟବାସୀ - ଭୁବନେଶ୍ବର

ରାଜ୍ୟର କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇଛି । ତଥାପି କମୁନି ଗରମ ଓ ଗୁଳୁଗୁଳି । 9ଟି ଜିଲ୍ଲାରେ 40 ଡିଗ୍ରୀ ପାଖାପାଖି ତାପମାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 13, 2019, 6:46 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡିଶାରେ ଗରମ ଓ ପୂର୍ବ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଅନ୍ୟପଟେ 11 ଟି ଜିଲ୍ଲା ଯଥା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ନୂଆପଡା, ସୁବର୍ଣ୍ଣପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ ଆଦି ଅଞ୍ଚଳରୁ ୟେଲ୍ଲୋ ୱାର୍ନିଙ୍ଗ ହଟା ଯାଇଥିଲେ ସୁଦ୍ଧା 9 ଟି ଜିଲ୍ଲାରେ ଏବେ ମଧ୍ୟ ତାପମାତ୍ରା 40 ଡିଗ୍ରୀ ପାଖାପାଖି ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଝାରସୁଗୁଡା ଜିଲ୍ଲାରରେ ସର୍ବାଧିକ ତାପମାତ୍ରା 43.6 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଗତକାଲି ସନ୍ଧ୍ୟାରେ ବଲାଙ୍ଗୀରରେ 7 ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ସୁବର୍ଣ୍ଣପୁର, କୋରାପୁଟ ଆଦି ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ । କିନ୍ତୁ ବର୍ଷା ପରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ପଡୁଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details