ଓଡିଶା

odisha

ETV Bharat / city

ବୁଦ୍ଧିଆ ପରେ ବୁଦ୍ଧାଦିତ୍ୟ; ରେକର୍ଡ ନିଶାରେ ଭୁବନେଶ୍ବରରୁ ପୁରୀ - govt

ଭୁବନେଶ୍ବରରୁ ପୁରୀ ପ୍ରାୟ ୬୦ କିଲୋମିଟର ବିନା ବ୍ରେକରେ ଦୌଡି ରେକର୍ଡ  କରିବା ଆଶାରେ  ଅଛନ୍ତି 4 ବର୍ଷର  ବୁଦ୍ଧାଦିତ୍ୟ ସ୍ବାଇଁ । କିନ୍ତୁ ବୟସ ଓ ପ୍ରଶିକ୍ଷଣ ସାଜିଛି ତାଙ୍କ ପାଇଁ ବାଧକ । ବୁଦ୍ଧାଦିତ୍ୟର ପ୍ରଶିକ୍ଷଣ ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 25, 2019, 5:15 PM IST

ଭୁବନେଶ୍ବର: ବୁଦ୍ଧିଆ ପରେ ଏବେ ବୁଦ୍ଧାଦିତ୍ୟ । ରେକର୍ଡ ନିଶାରେ ଭୁବନେଶ୍ବରରୁ ପୁରୀ । ଭୁବନେଶ୍ବରରୁ ପୁରୀ ବିନା ବ୍ରେକରେ ଦୌଡ଼ି ରେକର୍ଡ ନିଶାରେ ଅଛନ୍ତି ଏହି 4 ବର୍ଷର ନାବାଳକ । କିନ୍ତୁ ଏଥିପାଇଁ ବୟସ ଓ ପ୍ରଶିକ୍ଷଣ ସାଜିଛି ବାଧକ । ଯାହା ଫଳରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି । ବୁଦ୍ଧାଦିତ୍ୟର ପ୍ରଶିକ୍ଷଣ ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଦ୍ଧିଆ ସିଂଙ୍କ ପରେ ରାଜ୍ୟରେ ଆଉ ଏକ ବିସ୍ମୟ ବାଳକ ସାଜିଛନ୍ତି ବୁଦ୍ଧାଦିତ୍ୟ ସ୍ବାଇଁ । ଘର ଏରୋଡ୍ରମ ଅଞ୍ଚଳରେ । ସେ ବିନା ବ୍ରେକରେ ଭୁବନେଶ୍ବରରୁ ପୁରୀ 60 କିଲୋମିଟର ରାସ୍ତା ମାତ୍ର 6 ଘଣ୍ଟାରେ ଦୌଡି ପୂରଣ କରିଥାଏ । ଭବିଷ୍ୟତରେ ଜଣେ ଧାବକ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କୁହନ୍ତି ବୁଦ୍ଧାଦିତ୍ୟ ।


ଛୋଟ ବୟସରୁ ବୁଦ୍ଧାଦିତ୍ୟ ଖେଳ ଓ ଦୌଡ଼ରେ ଭଲ କରୁଥିବା ଦେଖି ବୁଦ୍ଧାଦିତ୍ୟଙ୍କ ବାପା ତାଙ୍କ ଦୌଡ଼ ଉପରେ ଗୁରୁତ୍ବ ଦେଇଥିଲେ। ହେଲେ ସେ ଛୋଟ ଥିବାରୁ କୌଣସି ପ୍ରକାର ସହାୟତା ମିଳିନଥିଲା । ତେଣୁ ବୁଦ୍ଧାଦିତ୍ୟର ପିତା ବୁଦ୍ଧାଦିତ୍ୟଙ୍କୁ ନିଜେ ପ୍ରଶିକ୍ଷଣ ଦେଉଛନ୍ତି । ହେଲେ ଅଧିକରୁ ଅଧିକ ପ୍ରଶିକ୍ଷଣ ଦେବା ଲାଗି ସରକାରଙ୍କ ନିକଟରେ ଅନୁରୋଧ କରିବା ସହ ଏକ ଭଲ ପ୍ରଶିକ୍ଷଣ ଦେଲେ ବୁଦ୍ଧାଦିତ୍ୟ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details