ଭୁବନେଶ୍ବର:ଆଜିଠୁ ବାବା ଲିଙ୍ଗରାଜଙ୍କ ଦର୍ଶନ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦୀର୍ଘ 9 ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭୋଳା ବାବା । କୋଭିଡ କଟକଣା ଭିତରେ ଲିଙ୍ଗରାଜ ମନ୍ଦିରକୁ ଖୋଲାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଏସଓପି ଓ କେତେକ ନୂଆ ନିୟମ ମଧ୍ୟରେ ଭୋର 5 ଟାରୁ ମନ୍ଦିର ଖୋଲିଛି । ସେବାୟତ ଓ ସେବାୟତଙ୍କ ପରିବାର ଲୋକଙ୍କ କେବଳ ଦର୍ଶନର ସୁଯୋଗ ମିଳିବ । ସେପଟେ ମନ୍ଦିର ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯାଇଛି ।
କୋରୋନା ବିପତ୍ତି ଆଶଙ୍କା କରି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ନିଷେଧ କରାଯାଇଥିଲା । ଭକ୍ତ ଓ ଭାଗବାନଙ୍କ ମଧ୍ୟ ଦୀର୍ଘ 9 ମାସ ଧରି ପାଚେରୀ ହୋଇ ଛିଡା ରହିଥିଲା କୋରୋନା । ତେବେ ଦେଶ ତଥା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ସମସ୍ତ ମନ୍ଦିର ଖୋଲିବାକୁ ଅନୁମିତ ମିଳିଛି । ପ୍ରଥମେ ଡିସେମ୍ବର 23 ତାରିଖରେ ସେବାୟତଙ୍କ ପରିବାର ଲାଗି ଶ୍ରୀମନ୍ଦିର ଖୋଲାଯିବ ପରେ ଗତକାଲି ଠାରୁ ପୁରୀବାସୀ ୱାର୍ଡୱାରୀ ଜଗାଙ୍କ ଦର୍ଶନ କରୁଛନ୍ତି । ଜାନୁଆରୀ 3 ରୁ ସର୍ବସାଧାରଣ କରିବେ ।