ଭୁବନେଶ୍ବର: ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ରୁକୁଣା ରଥଯାତ୍ରା ଶେଷ ମୁହୂର୍ତ୍ତରେ ବାତିଲ ହେବାରୁ ଲିଙ୍ଗରାଜ ମନ୍ଦିର ସେବାୟତ ମାନେ ପ୍ରଭୁଙ୍କ ନୀତିକାନ୍ତି, ପୂଜା ବିଧିରେ ଅସହଯୋଗ କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ।
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
09:55 April 01
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
କୋରୋନା ମହାମାରୀ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୁକୁଣା ରଥଯାତ୍ରାକୁ ବାତିଲ କରାଯାଇଛି । ତେବେ ଏହାକୁ ବିରୋଧ କରି ସେବାୟତମାନେ ପ୍ରଭୁଙ୍କ ନୀତିକାନ୍ତିକୁ ବନ୍ଦ କରିଦେଇଛନ୍ତି । ସୂଚନାଥାଉକି, କୋରୋନା ଲାଗି ହେଉଥିବା ଲକ୍ଡାଉନ୍ କଟକଣା ଲାଗି ପ୍ରଶାସନ ରଥଯାତ୍ରାକୁ ସ୍ଥଗିତ ରଖିଛନ୍ତି ।
ତେବେ ଗୋଟିଏ ବର୍ଷ ରଥଟଣା ବନ୍ଦ ହେଲେ 12 ବର୍ଷ ବନ୍ଦ ହେବାର ଯେଉଁ ନୀତି ରହିଛି ସେଥିପାଇଁ ମନ୍ଦିର ସେବାୟତ ଅସହଯୋଗ କରିଥାଇପାରନ୍ତି ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Apr 1, 2020, 10:14 AM IST