ଓଡିଶା

odisha

ETV Bharat / city

ଚନ୍ଦନ ଯାତ୍ରା ପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ - lingaraj sebayat

କୋଭିଡ ମହାମାରୀ କାରଣରୁ ଗତବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବନ୍ଦ ଥିବାବେଳେ, ଚଳିତବର୍ଷ ଚନ୍ଦନଯାତ୍ରା ପାଇଁ ମିଳିଛି ଅନୁମତି । ଅଧିକ ପଢନ୍ତୁ...

ଚନ୍ଦନ ଯାତ୍ରା ପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ
ଚନ୍ଦନ ଯାତ୍ରା ପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ

By

Published : May 13, 2021, 7:09 PM IST

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୂର୍ବରୁ ଚାଲିଛି ସେବାୟତଙ୍କ କୋଭିଡ ଟେଷ୍ଟ । ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଆଜି(ଗୁରୁବାର) ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଫିସ ଠାରେ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ପ୍ରାୟ ୪୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ଚନ୍ଦନ ଯାତ୍ରାରେ ଚାପ ଖେଳ ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରିଥିଲା ବିଏମସି ।

ଚନ୍ଦନ ଯାତ୍ରା ପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ

କୋରୋନା କଟକଣା ମଧ୍ୟରେ ଅକ୍ଷୟ ତୃତୀୟାରୁ ବିନ୍ଦୁ ସାଗରରେ ଚାପ ଖେଳ ଆରମ୍ଭ ହେବ । ଚଳିତବର୍ଷ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଭକ୍ତ ଶୂନ୍ୟ ହେବ ଚନ୍ଦନ ଯାତ୍ରା । କେବଳ କତିପୟ ସେବକ ଓ କର୍ମଚାରୀଙ୍କୁ ନେଇ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ତେବେ ଗତବର୍ଷ କୋଭିଡ ମହାମାରୀ ଯୋଗୁଁ ଚନ୍ଦନ ଯାତ୍ରା ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଥିଲା।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details