ଓଡିଶା

odisha

ETV Bharat / city

ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ଦୋକାନଗୃହ ବଣ୍ଟନ ଆରମ୍ଭ

ପର୍ଯ୍ୟଟନ ବିଭାଗ ଦ୍ଵାରା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟବସାୟୀଙ୍କୁ ଦୋକାନ ଘର ବଣ୍ଟନ ଆରମ୍ଭ ହୋଇଛି । ୩୯ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ କରାଯାଇଛି ଗୃହ ଆବଣ୍ଟନ ।

By

Published : Oct 31, 2019, 11:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରର ଐତିହ୍ୟ ସ୍ଥଳୀ ଲିଙ୍ଗରାଜଙ୍କ ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଘର ଗୁଡିକର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ବିଏମସି ପକ୍ଷରୁ ୩୯ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି । ତେବେ ୫୦ ହଜାର ସିକ୍ୟୁରିଟି ରାଶି ଅଗ୍ରୀମ ଦେଲା ସେମାନଙ୍କୁ ଉକ୍ତ ଦୋକାନ ଗୃହ ହସ୍ତାନ୍ତର ହେବ । ଏହି ଲଟେରୀ ପ୍ରକ୍ରିୟା ,ସର୍ବସମ୍ମୁଖରେ ଚୟନ ପ୍ରକ୍ରିୟାରେ ଆସିଥିବା ହିତାଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପ୍ତ ହୋଇଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୁଡିକ ଗତ ଡିସେମ୍ବରରେ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ମାର୍କେଟ କମ୍ପ୍ଲେକ୍ସରେ ମୋଟ ୫୮ ଟି ଦୋକାନଗୃହ ରହିଛି । ସମସ୍ତ ଦୋକାନ ଗୃହ ଗୁଡିକ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି । ପୂର୍ତ୍ତ ବିଭାଗର ପରାମର୍ଶରେ ଉକ୍ତ ଦୋକାନ ଗୃହ ଗୁଡିକରେ ମାସିକ ଭଡା ଭୂପୃଷ୍ଠ ମହଲା ପାଇଁ ବର୍ଗଫୁଟକୁ ୨୫.୫୯ ଥିବାବେଳେ ପ୍ରଥମ ମହଲା ପାଇଁ ଏହା ୨୨.୪୮ ଟଙ୍କା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details