ଓଡିଶା

odisha

ETV Bharat / city

ଦୁର୍ବଳ ହେଲା ଲଘୁଚାପ, ପ୍ରଭାବରେ ୧୬ ଯାଏଁ ଲାଗିରହିବ ବର୍ଷା

ଦୁର୍ବଳ ହେଲା ଲଘୁଚାପ । ୧୬ ପର୍ଯ୍ୟନ୍ତ ବର୍ଷିବ, ଏହାପରେ ଧୀରେ ଧୀରେ ଦୁର୍ବଳ ହେବା ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

By

Published : Jul 14, 2022, 7:30 PM IST

ଦୁର୍ବଳ ହେଲା ସୁଦୃଶ ଲଘୁଚାପ, ପ୍ରଭାବରେ ୧୬ ଯାଏଁ ଲାଗିରହିବ ବର୍ଷା
ଦୁର୍ବଳ ହେଲା ସୁଦୃଶ ଲଘୁଚାପ, ପ୍ରଭାବରେ ୧୬ ଯାଏଁ ଲାଗିରହିବ ବର୍ଷା

ଭୁବନେଶ୍ବର: ଦୁର୍ବଳ ହେଲା ଲଘୁଚାପ । ଉତ୍ତର ଓଡିଶା ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବସ୍ଥିତ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ । ଏହାର ପ୍ରଭାବରେ ଆସନ୍ତା ୧୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା । ଏନେଇ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଦୁର୍ବଳ ହେଲା ଲଘୁଚାପ, ପ୍ରଭାବରେ ୧୬ ଯାଏଁ ଲାଗିରହିବ ବର୍ଷା

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ନୂଆପଡା ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରୀ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି । ମୌସୁମୀ ବାୟୁ ସକ୍ରିୟ ରହିବା କାରଣରୁ ସମୁଦ୍ର ମଧ୍ୟ ଅଶାନ୍ତ ଥିବାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।


ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ, 'ବର୍ତ୍ତମାନ ଲଘୁଚାପ ଦୁର୍ବଳ ହୋଇଛି । ଏଣିକି ବର୍ଷାର ପରିମାଣ ଧୀରେ ଧୀରେ କମିବ । ଗତ କିଛି ଦିନ ହେବ ଯେଉଁଭଳି ବର୍ଷା ହେଉଛି ତାହା ହେବନାହିଁ । କିନ୍ତୁ ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ରହୁଛି ଓ ମଝିରେ ମଝିରେ ଖରା ଯୋଗୁଁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ମାସରେ ଦୁଇଟି ଲଘୁଚାପ ସ୍ବଭାବିକ ବର୍ଷା ଆଣିଛି । ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକ ଠାରୁ ୫ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ତଥାପି ଏହା ସ୍ୱାଭାବିକ ବର୍ଷା ସହ ସମାନ' ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details