ଭୁବନେଶ୍ବର: ଦେବଗଡ ବାଘ ଛାଲ ଜବତ ଘଟଣାରେ ଆଉ ଚାରି ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝରର କାଳିଚରଣ ଦାସ, ଭାଗିରଥି ନାୟକ ଓରଫ ଭାସ୍କର, ପିତାମ୍ବର ଖଟେଇ ଓରଫ ପଣ୍ଡିତ, ନେତ୍ରାନନ୍ଦ କିଶାନ ଓରଫ ନେତ୍ର। ।
ସୂଚନା ଅନୁଯାୟୀ, ଭାଗିରଥୀ ଓ ଭାସ୍କର ବାଘ ଛାଲ ଯୋଗାଡ ପରେ ମଧ୍ୟସ୍ଥି କାଳିଚରଣ ଓ ନେତ୍ରାନନ୍ଦକୁ ଦେଇଥିଲେ । ଏହାପରେ ସେମାନେ ବାଘଛାଲ ବିକ୍ରିପାଇଁ ପୁର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ଦେଇଥିଲେ । ତେବେ ଏହି ଘଟଣାରେ ଏଯାଏଁ ମୋଟ ୭ଜଣ ଗିରଫ ହୋଇଛନ୍ତି ।