ଭୁବନେଶ୍ବର: ରାଜ୍ୟ ସରକାର ଜୋର ଜବରଦସ୍ତି ଅର୍ଡିନାନ୍ସ ଆଣି ବିଶ୍ୱବିଦ୍ୟାଳୟକୁ ନିଜ ଅଧୀନକୁ ନେଇଛନ୍ତି । ବର୍ତ୍ତମାନ ଏହାର ଫାଇଦା ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ତେବେ ରାଜ୍ୟ ସରକାର ସବୁ ବିଶ୍ବବିଦ୍ୟାଳୟକୁ ଚିଠି ଲେଖିଛନ୍ତି । ସବୁ ପେନସନଭୋଗି ଅଧ୍ୟାପକ ଓ କର୍ମଚାରୀ କଂଟ୍ରୋଲର ଅଫ ଫାଇନାନ୍ସଙ୍କ ସମ୍ମୁଖରେ ହାଜର ହେବେ । ୨୫ ମାର୍ଚ୍ଚ ପୂର୍ବରୁ ଉପସ୍ଥିତ ହେବା ବାଧ୍ୟତାମୂଳକ । ନଚେତ ତାଙ୍କ ପେନସନ ବନ୍ଦ କରାଯିବ । ତେବେ ପେନସନ ଜଣେ ଲୋକର ମୌଳିକ ଅଧିକାର । ଥରେ ମିଳିଲା ପରେ ତାକୁ କେହି ମଧ୍ୟ ବନ୍ଦ କରିପାରିବେ ନାହିଁ । ସେଇଟା ଅବସର ଗ୍ରହଣ କଲା ପରେ ତାର ଏକ ମାତ୍ର ରୋଜଗାର ପନ୍ଥା ।