ଓଡିଶା

odisha

ETV Bharat / city

କେମିତି ଫେରାଇବେ କାଳିଆ ଟଙ୍କା ? ଜାଣନ୍ତୁ

କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ମିଳି ନଥିବାବେଳେ ଅଯୋଗ୍ୟ ହିତାଧୀକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । ଜାଣନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର କିଭଳି ଆଦାୟ କରିବେ କାଳିଆ ଟଙ୍କା । ଆଉ ଏହି ଅଯୋଗ୍ୟ ତାଲିକାରେ ଯଦି ଆପଣଙ୍କ ନାଁ ରହିଛି ତାହେଲେ ଏହି ପ୍ରକ୍ରିୟାରେ ଫେରାଇବେ ଟଙ୍କା ।

By

Published : Sep 17, 2019, 6:34 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ଏହି ଅଯୋଗ୍ୟ ହିତାଧିକାରୀ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲିଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ମିଳି ନଥିବାବେଳେ ଅଯୋଗ୍ୟ ହିତାଧୀକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । ଆଉ ଏବେ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେବା ପରେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେବ ।

ଜାଣନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର କିଭଳି ଆଦାୟ କରିବେ କାଳିଆ ଟଙ୍କା ? ଆଉ ଏହି ଅଯୋଗ୍ୟ ତାଲିକାରେ ଯଦି ଆପଣଙ୍କ ନାଁ ରହିଛି ତାହେଲେ ଏହି ପ୍ରକ୍ରିୟାରେ ଫେରାଇବେ ଟଙ୍କା :

ରାଜ୍ୟ ସରକାରଙ୍କ କୃଷି ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ, କାଳିଆ ଟଙ୍କା ତାଲିକାରେ 20 ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି । ଏବେ ସେହି ୨୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୁହାଯିବ । ଯଦି ସେମାନେ ଟଙ୍କା ନଫେରାନ୍ତି ତାହେଲେ ସେମାନଙ୍କ ଦରମାରୁ ଏହି ଟଙ୍କା କାଟି ଦିଆଯିବ । ଆଉ ପେନସନଭୋଗୀଙ୍କ ପେନସନ ପଇସାରୁ କାଟ କରାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

କାଳିଆ ଯୋଜନାରେ ମୋଟ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ପ୍ରାୟ 12 ହଜାର ବଡ ଚାଷୀଙ୍କ ନାଁ ସାମିଲ ରହିଛି । ଯେଉଁମାନଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ । ସେହିପରି କାଳିଆ ଟଙ୍କାରେ ଗୋଟିଏ ପରିବାରର ମୁଖ୍ୟ ଏହି ଟଙ୍କା ପ୍ରଥମ କିସ୍ତିରେ ପାଇଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ଦ୍ବିତୀୟ କିସ୍ତିରେ ଟଙ୍କା ପାଇଛନ୍ତି । ଏହିପରି ଭାବେ 3 ଲକ୍ଷ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ତେବେ ଏଭଳି କ୍ଷେତ୍ରରେ ପରିବାରର ଜଣକୁ ସହାୟତା ମିଳିବ ଓ ପରବର୍ତ୍ତୀ କିସ୍ତିକୁ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅପରପକ୍ଷେ ଭୁଲରେ କଟିଯାଇଥିବା କିମ୍ବା ଯୋଗ୍ୟ ତାଲିକାରୁ ବାଦ ପଡିଥିବା ହିତାଧିକାରୀମାନେ Kaila.co.in ଓ୍ଵେବସାଇଟ୍‌ରେ ଆବେଦନ କରିପାରିବେ । ଏଥିସହ ସେପ୍ଟେମ୍ବର 2019ରେ ଖରିଫ ଚାଷ ପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । ଆଉ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀମାନେ ଯଦି ଟଙ୍କା ଫେରେଇବାକୁ ଚାହୁଁଛନ୍ତି ସେମାନେ Voluntary refund Kaila assistanceର sbin001023638474500762 ଆକାଉଣ୍ଟ ନମ୍ବର ଏହି ଟଙ୍କା ଫେରାଇ ପାରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details