ଭୁବନେଶ୍ବର: ଟେକ୍ନୋଲୋଜିରେ ପାଳନ ହେବ ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ । ଗତକାଲିଠାରୁ ଏହା ଆରମ୍ଭ ହୋଇଛି। ଲୋକଙ୍କ ସହିତ ସମ୍ପର୍କ ରଖିବା ନେଇ ଏହାର ସଦୁପଯୋଗ କରାଯାଇଛି। 30 ଲକ୍ଷ ଓଡ଼ିଆ ଲୋକ ରାଲି ଦେଖିଛନ୍ତି। ଅମିତ ଶାହଙ୍କ ଠୁ ଭର୍ଚୁଆଲ ରାଲି ଜରିଆରେ ଭାଷଣ ଶୁଣିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ବୁଥ ସ୍ତରରେ ମୋଦି ସରକାରଙ୍କ ସଫଳତା ବଖାଣିବ ଲିଫଲେଟ
ସୋସିଆଲ ମିଡ଼ିଆ ଜରିଆରେ ପ୍ରଚାର ପ୍ରସାର ବ୍ୟାପକ କରିବ ବିଜେପି । ଟେକ୍ନୋଲୋଜିରେ ମାଧ୍ୟମରେ ଲୋକଙ୍କ ପାଖରେ ମୋଦି ସରକାରର ଦ୍ବିତୀୟ ବର୍ଷର ପ୍ରଥମ ପାଳିର ସଫଳତାକୁ ପହଁଚାଇବ ବିଜେପି । ଅଧିକ ପଢନ୍ତୁ..
leaflets-will-highlight-the-success-of-the-modi-government-at-the-booth-level
ମହାମାରୀ ଲୋକଙ୍କୁ ଏକାଠି କରିପାରି ନାହିଁ। ହେଲେ ଲୋକଙ୍କ ପାଖରେ ଆମେ ପହଁଚିବୁ। ପ୍ରଧାନମନ୍ତ୍ରୀ ଯେଉଁ ସାହାଯ୍ୟ ଓ ସହଯୋଗ କରିଛନ୍ତି ସେନେଇ ଲିଫଲେଟ ବଣ୍ଟାଯିବ । ବୁଥ ସ୍ତରରେ ବଣ୍ଟାଯିବ ପ୍ରଚାରପତ୍ର । 37 ହଜାର ବୁଥରେ ମୋଦି ସରକାରର ସଫଳାତର ଗାଥାକୁ ଲିଫଲେଟ ଜରିଆରେ ବଣ୍ଟାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ