ଓଡିଶା

odisha

ETV Bharat / city

ଦାମ କହିଲେ, କାହିଁକି ବିରୋଧୀ ଦଳ ନେତା ହେଲେନି ଜୟନାରାୟଣ ?

ବିରୋଧୀ ଦଳ ନେତା ପଦରୁ ବାଦ୍‌ ପଡ଼ିବା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଥିଲେ । ସେପେଟେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦାମୋଦାର ରାଉତ ।

By

Published : Jul 13, 2019, 9:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ବିଜେପିରେ ବର୍ତ୍ତମାନ ସବୁକିଛି ଠିକ ଚାଲିନି । ଦଳରେ ଅର୍ନ୍ତଦ୍ବନ୍ଦ୍ବ ବିସ୍ଫୋରଣ ରୂପ ନେଲାଣି । ଯାହା ଏବେ ପଦାରେ ପଡିଛି । ବିରୋଧୀ ଦଳ ନେତା ପଦରୁ ବାଦ୍‌ ପଡ଼ିବା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଛନ୍ତି । ସେପେଟେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦାର ରାଉତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଦାମ ରାଉତ କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ନାମରେ ଫୌଜଦାରୀ ମକଦ୍ଦମା ରହିଛି । ଯେଉଁ କାରଣରୁ ତାଙ୍କୁ ଦଳ ଚୟନ କରିନାହିଁ । ଏହାସହ ଭାରତୀୟ ଜନତା ପାର୍ଟିରେ ସର୍ବଦା କୌଣସି ନିଷ୍ପତ୍ତି ଶୀର୍ଷ ନେତୃତ୍ବ ନେଇଥାନ୍ତି । ଦଳର ନିଷ୍ପତ୍ତିକୁ ସମାଲୋଚନା କରିବା ଉଚିତ ନୁହେଁ । ପ୍ରଦୀପ ନାୟକ ଉଚ୍ଚ ଶିକ୍ଷତ। ଏହାସହ ତାଙ୍କର ଅଭିଜ୍ଞତା ରହିଛି ।


ଏଠାରେ ସୂଚନାଯୋଗ୍ୟ, ବିଜେପି ବିଧାୟକ ଦଳ ତଥା ବିରୋଧୀ ଦଳ ନେତା ପାଇଁ ଜୟନାରାୟଣ ମିଶ୍ରଙ୍କ ନାମ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରଦୀପ ନାୟକ ବିରୋଧୀ ଦଳ ନେତା ହୋଇଥିଲେ ଯାହାକୁ ନେଇ ଜୟନାରାୟଣ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details