ଓଡିଶା

odisha

ETV Bharat / city

କୋରିଓରରେ ଭୁବେନଶ୍ବରରୁ ବିହାର ଯାଉଥିଲା ଗଞ୍ଜେଇ, ୟୁପିର ୨ ବେପାରୀ ଗିରଫ

ରାଜଧାନୀରେ ରାଜ୍ୟ ବାହାର ଗଞ୍ଜେଇ ବେପାରୀଙ୍କ ଆଡ୍ଡା । ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବରରୁ ୨ ଚାଲାଣକାରୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

By

Published : Jan 15, 2022, 12:34 PM IST

ଲଜିଷ୍ଟିକ କୋରିୟରରେ ଗଞ୍ଜେଇ ଚାଲାଣ, ଲକ୍ଷ୍ମୀସାଗରରୁ ୨ ବେପାରୀ ଗିରଫଲଜିଷ୍ଟିକ କୋରିୟରରେ ଗଞ୍ଜେଇ ଚାଲାଣ, ଲକ୍ଷ୍ମୀସାଗରରୁ ୨ ବେପାରୀ ଗିରଫ
ଲଜିଷ୍ଟିକ କୋରିୟରରେ ଗଞ୍ଜେଇ ଚାଲାଣ, ଲକ୍ଷ୍ମୀସାଗରରୁ ୨ ବେପାରୀ ଗିରଫ

ଭୁବନେଶ୍ବର: ରାଜଧାନୀରେ ରାଜ୍ୟ ବାହାର ଗଞ୍ଜେଇ ବେପାରୀଙ୍କ ଆଡ୍ଡା । ଲଜିଷ୍ଟିକ କୋରିୟରରେ ବିହାରକୁ କରୁଥିଲେ ଗଞ୍ଜେଇ ଚାଲାଣ । ୬ ନମ୍ବର ଷ୍ଟେସନ ସାଜିଥିଲା ସହଜ ବାଟ । ୬୦ କେଜି ଗଞ୍ଜେଇ ଜବତ ସହ ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ୨ ଅଭିଯୁକ୍ତ ହେଉଛନ୍ତି ୟୁପି ଓ ବିହାରର ଦିଲ୍ଲିପ କୁମାର ଯାଦବ ଓ ସତେନ୍ଦର ଶାହା ।

ସୂଚନାଅନୁଯାୟୀ ଏହି ଗଞ୍ଜେଇ ବେପାରୀ ଲକ୍ଷ୍ମୀସାଗର ଥାନା ପିଭିଆର ଗେଷ୍ଟ ହାଉସରେ ବିହାରକୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରିଥିଲେ । ତାହା ପୁଣି ରାଜଧାନୀ ରେଳଷ୍ଟେସନର ୬ନମ୍ବର ଗେଟ ଦେଇ । ଏନେଇ ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଲାଣ ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୬୦କେଜି ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details