ଓଡିଶା

odisha

By

Published : Oct 26, 2021, 4:22 PM IST

ETV Bharat / city

ଲକ୍ଷ୍ମୀପୁର ଖେରୀ ହିଂସା: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାକୁ ନେଇ ବଢିଚାଲିଛି ପ୍ରତିବାଦ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆଜି ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

ଲକ୍ଷ୍ମୀପୁର ଖେରୀ ହିଂସା: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ
ଲକ୍ଷ୍ମୀପୁର ଖେରୀ ହିଂସା: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର:ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାକୁ ନେଇ ବଢିଚାଲିଛି ପ୍ରତିବାଦ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆଜି ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ ତଦନ୍ତର ନିରପେକ୍ଷତା ପାଇଁ ସ୍ଵରାଷ୍ଟ୍ର ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯାଉ, ଏହି ଘଟଣାରେ ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ, କୃଷକ ବିରୋଧୀ ତିନି କୃଷି ଆଇନ ରଦ୍ଦ କରାଯାଉ ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP )ପ୍ରଦାନ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଉ ।

ଲକ୍ଷ୍ମୀପୁର ଖେରୀ ହିଂସା: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଏଭଳି ଅନେକ ଦାବି ନେଇ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାର ରାଜ୍ୟପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହାସହ ଲକ୍ଷ୍ମୀପୁର କୃଷକ ଗଣହତ୍ୟାର ସହୀଦ କୃଷକମାନଙ୍କୁ ସମ୍ମାନ ଜଣାଇ ଦୟା ନଦୀରେ ସହିଦ କୃଷକ ମାନଙ୍କର ‘ଅସ୍ଥି ଏବଂ ପାଉଁଶ’ ବିସର୍ଜନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details