ଓଡିଶା

odisha

ETV Bharat / city

ବିଜେପି ହୀନ ରାଜନୀତି କରୁଛି: Minister Pratap Jena

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ ଘଟଣା (Eggs Hurled CM Carcade) । ଘଟଣାକୁ ନିନ୍ଦନୀୟ କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ

Law Minister Pratap Jena
Law Minister Pratap Jena

By

Published : Nov 25, 2021, 8:37 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ ଘଟଣା(Eggs Hurled CM Carcade) । ଘଟଣାକୁ ନିନ୍ଦନୀୟ କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ ବୋଲି କହିଛନ୍ତି ପ୍ରତାପ ।

ପ୍ରତାପ କହିଛନ୍ତି ବିଜେପି (Odisha state bjp) ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ । ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି । ଠାକୁରଙ୍କ କାମକୁ ବିଜେପି ବିରୋଧ କଲା । ଏହା ସ୍ପଷ୍ଟ କରୁଛି ଯେ, ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି । ଏହା ଅତ୍ୟନ୍ତ ଲଜ୍ଜାଜନକ । ସେ ଆହୁରି କହିଛନ୍ତି ଯେ, ଶ୍ରୀମନ୍ଦିର ବିକାଶ ଉପରେ ରହିଛି ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ନଜର ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ (ShreeMandir Heritage Corridor) କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗଜପତି ବି ଉପସ୍ଥିତ ଥିଲେ । ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା । ସାରା ବିଶ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛି । ହେଲେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details