ଓଡିଶା

odisha

ETV Bharat / city

ମାହାଙ୍ଗା ଡବଲ ମର୍ଡର ଘଟଣା; ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ଜବାବ ଦେଲା ବିଜେପି - ମାହାଙ୍ଗା ଡବଲ ମର୍ଡର

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା
ଆଇନମନ୍ତ୍ରୀ

By

Published : Jan 4, 2021, 11:45 AM IST

Updated : Jan 4, 2021, 12:12 PM IST

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ଦୁଇ ବିଜେପି ନେତାଙ୍କ ହତ୍ୟାକାଣ୍ଡ ନେଇ ଆଇନମନ୍ତ୍ରୀଙ୍କ ନାଁରେ ଏତଲା ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସେ। ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ବିଜେପି ଚାହୁଁଥିବା ସେ କହିଛନ୍ତି ।

ସେହିପରି ଯେତେବେଳେ ଓଡିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ ରଖିବା ଉଚିତ। କିନ୍ତୁ ବିରୋଧୀ ରାଜନୈତିକ ଦଳଗୁଡିକ ଏ କଥା ଚାହୁଁଛନ୍ତି କି ନାହିଁ ତାହା ବଡ ପ୍ରଶ୍ନବାଚୀ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣା

ଅନ୍ୟପଟେ ବିଜେପି ରାଜନୈତିକ ବିରୋଧୀ ଭାବେ ଏଭଳି ରାଜନୈତିକ କାର୍ଯ୍ୟକଳାପ କରୁଛି। ଆମ ନାଁରେ ଏତଲା ହୋଇଛି ଏବଂ ସବୁ ତଦନ୍ତରେ ଜଣାପଡିବ। ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ମଧ୍ୟ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ବିଜେପିକୁ କିଛି କହିବାକୁ ସେ ଚାହାଁନ୍ତି ନାହିଁ । ବିଜେପି ଯାହା କରିବା କଥା କରିବ ଆମେ ଯାହା କରିବା କଥା କରିବୁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଏହାର କଡା ଜବାବ ଦେଇଛି ବିଜେପି । ବିଜେପି ଏକ ରାଷ୍ଟ୍ରୀୟ ଦଳ,ଶସ୍ତା ରାଜନୀତି କରେ ନାହିଁ। ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢେଇ କରେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ହତ୍ୟାକାଣ୍ଡ ଘଟିଥିବା ପଞ୍ଚାୟତରେ ଘରଠୁ ଅଧିକ ପିଏମ ଆବାସ ଘର ମିଳିଛି। ସେ କଥାକୁ ବିଜେପି ନେତା କୁଳମଣି ବରାଳ ପଦାକୁ ଆଣିବାରୁ ତାଙ୍କ ଜୀବନ ଗଲା। ପୋଲିସକୁ 30 ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି । ସେହିପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଏ ଯାଏ ଗିରଫ କାହିଁକି କରାଯାଇନି ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା।

ଆଇନ ମନ୍ତ୍ରୀ ପୂର୍ବରୁ କୁଳମଣୀଙ୍କ ପରିବାରକୁ ଧମକ ଦେଇଛନ୍ତି । 7 ଦିନ ମଧ୍ୟରେ ଦୋଷୀ ଗିରଫ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ। ମନ୍ତ୍ରୀ ନିର୍ଦ୍ଦେଷ ନ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ଦୂରେଇ ରହିବା ଦରକାର ବୋଲି ସେ କହିଛନ୍ତି । ଏହାସହ ଆଇନ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି ।

ସୂଚନାଥାଉକି, ମାହାଙ୍ଗାରେ ଜାନୁଆରୀ 2 ତାରିଖ ରାତିରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 4, 2021, 12:12 PM IST

ABOUT THE AUTHOR

...view details