ଭୁବନେଶ୍ବର: ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା l ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନର ଆଵଶ୍ୟକତା ରହିଛି l ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ତାହା ଯୁକ୍ତିଯୁକ୍ତ l ଏଥିରେ କିଛି ଭୁଲ୍ ହୋଇନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
'ଆତ୍ମସୁରକ୍ଷା ପାଇଁ ଏନକାଉଣ୍ଟର ଜରୁରୀ' - pratap jena reaction on Hyderabad encounter
ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା l ଅଧିକ ପଢନ୍ତୁ....
ଏହାସହ ସେ କହିିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା l ଅଭିଯୁକ୍ତ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମ କରୁଥିଲେ l ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି ।ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିଲେ। ପୋଲିସ ପାଖରେ ଆଉ କୌଣସି ଉପାୟ ନଥିବାରୁ ଆତ୍ମସୁରକ୍ଷା ପାଇଁ ସେମାନେ ଏନକାଉଣ୍ଟର କରିଥିଲେ । ଆଇନ ଉପରେ ଆମର ବିଶ୍ବାସ ରହିବା ଦରକାର । ଯଦି ଅଭିଯୁକ୍ତମାନେ ଯଦି ଏନକାଉଣ୍ଟରେ ମରିନଥାନ୍ତେ ତେବେ ଅଦାଲତରେ ବି ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥାନ୍ତା । ତେଣୁ ଆତ୍ମସୁରକ୍ଷା ପାଇଁ ପୋଲିସକୁ ଏନକାଉଣ୍ଟର କରିବା ଜରୁରୀ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ