ଓଡିଶା

odisha

By

Published : Jan 1, 2021, 7:28 PM IST

ETV Bharat / city

ଏଣିକି ମିସ କଲ ମାରିଲେ ମିଳିବ ଗ୍ୟାସ କନେକ୍ସନ, ହୋଇପାରିବ ବୁକିଂ

ଏଲପିଜି ଗ୍ରାହକଙ୍କୁ ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ନୂଆ ଉପହାର । ଏଣିକି ନିର୍ଦ୍ଦିଷ୍ଟ ଫୋନକୁ ସିଙ୍ଗିଲ ମିସଡ କଲ କଲେ ମିଳିପାରିବ ନୂଆ ଗ୍ୟାସ ସଂଯୋଗ ଓ ଗ୍ୟାସ ରିଫିଲିଂ ସୁବିଧା । ଅଧିକ ପଢନ୍ତୁ....

launched missed call facility for Indane refill booking and for registering a new LPG connection
ଏଣିକି ମିସ କଲ କଲେ ମିଳିବ ଗ୍ୟାସ ସଂଯୋଗ, ହୋଇପାରିବ ବୁକିଂ

ଭୁବନେଶ୍ବର:ଏଲପିଜି ଗ୍ରାହକଙ୍କୁ ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ନୂଆ ଉପହାର । ଏଣିକି ନିର୍ଦ୍ଦିଷ୍ଟ ଫୋନକୁ ସିଙ୍ଗିଲ ମିସଡ କଲ କଲେ ମିଳିପାରିବ ନୂଆ ଗ୍ୟାସ ସଂଯୋଗ ଓ ଗ୍ୟାସ ରିଫିଲିଂ ସୁବିଧା। ଭୁବନେଶ୍ବର ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସ୍ବତନ୍ତ୍ର ଫୋନ ନମ୍ବର 8454955555 ନମ୍ବରରେ ମିସ୍ କଲ୍ କଲେ ରିଫିଲ୍ଂ ସହିତ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ। ଏଲପିଜିର ରିଫିଲିଂ ସହିତ ବୁକିଂ ପାଇଁ ପଞ୍ଜୀକରଣ ଏକ ମିସଡ କଲ ମାଧ୍ୟମରେ ହୋଇଯିବ। ଏଥିପାଇଁ ବାରମ୍ବାର ଵିତରକଙ୍କ ଅଫିସକୁ ଯିବାକୁ ପଡ଼ିବ ନାହିଁ। " ଭୁବନେଶ୍ବରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଣିକି ମିସ କଲ କଲେ ମିଳିବ ଗ୍ୟାସ ସଂଯୋଗ, ହୋଇପାରିବ ବୁକିଂ

ଏଥି ଅବସରରେ ଭୁବନେଶ୍ବର ସମେତ ଦେଶର ଆଉ ଅଧିକ ୭ଟି ସହରରେ ଅଧିକ ଗୁଣାବତ୍ତା ଯୁକ୍ତ xp100 ଇନ୍ଧନ ଆଜିଠାରୁ ଉପଲବ୍ଧ ହୋଇଛି । ସେହିଭଳି ଦେଶର ବହୁ ପୁରାତନ ଆସାମର ଦିଗଵୋଇ ରିଫାଇନାରୀରୁ xp100ର ଦ୍ବିତୀୟ ପର୍ଯ୍ୟାୟ ଫୁଏଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗତ 6 ବର୍ଷରେ ଓଡ଼ିଶାରେ ଏଲପିଜି କନେକ୍ସନ 22% ରୁ ବଢି ଏବେ 80 % ପ୍ରତିଶତ ପହଁଞ୍ଚିଛି । ଏଥିରୁ ଅଧିକ ମହିଳା ମାନେ ଲାଭବାନ ହୋଇଛନ୍ତି। ତେବେ ପୂର୍ବରୁ ୧୦ଟି ସହରରେ ଓ ଏବେ ୭ଟି ସହରରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ ମାସକ ଭିତରେ ଅଧକ ଗୁଣାବତା ଯୁକ୍ତ ଇନ୍ଧନ ଆସନ୍ତା ମାସକ ଭିତରେ ସବୁ ଠାରେ ଉପଲବ୍ଧ ହେବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details