ଓଡିଶା

odisha

By

Published : Apr 15, 2019, 11:55 PM IST

ETV Bharat / city

ଏନଆଇଆରଏଫ ରାଙ୍କିଂରେ ସ୍ଥାନ ପାଇଲେନି ସରକାରୀ ବିଶ୍ବବିଦ୍ୟାଳୟ, କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ

୨୦୧୯ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କରେ ଅଯୋଗ୍ୟ ହେବାର କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ । ଶିକ୍ଷାନୁଷ୍ଠାନ ଗୁଡିକର ମୁଖ୍ୟଙ୍କୁ ଏନେଇ ଚିଠି ଲେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ୨୦୧୯ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱାର୍କରେ ବିଶ୍ୱବିଦ୍ୟାଳୟ ବର୍ଗରେ ସାରା ଭାରତରେ ୨୪ ତମ ସ୍ଥାନ ଅଧିକାର କରିଛି ସୋଆ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୋଆ ୨୪ତମ ସ୍ଥାନ ବଜାୟ ରଖିଛି । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ହେଲେ ଚଳିତ ବର୍ଷ ଏଥିରୁ ବାଦ୍‌ ପଡିଛି ଓଡ଼ିଶାର ବିଶ୍ବବିଦ୍ୟାଳୟ । ସରକାରୀ ହେଉ କି ସ୍ବୟଂ ଶାସିତ କୌଣସି ବି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଁ ନାହିଁ ।

ତେବେ ସେମାନେ ଅଯୋଗ୍ୟ ହେବାର କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଆଇଜିଆଇଟି ସରାଙ୍ଗ, କଳାହାଣ୍ଡିର ସିଇଟି ଅଧ୍ୟକ୍ଷ ଓ ବ୍ରହ୍ମପୁର ସରକାରୀ ଇଞ୍ଜିନିୟରିଂ କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକର ମୁଖ୍ୟଙ୍କୁ ଏନେଇ ଚିଠି ଲେଖିଛନ୍ତି ବିଭାଗର ଯୁଗ୍ମ ସଚିବ।

2018 ଜୁନରେ ସବୁ ଶିକ୍ଷାନୁଷ୍ଠାନକୁ ଏନଆଇଆରଏଫ ରାଙ୍କିଂରେ ସାମିଲ ହେବାକୁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ହେଲେ କୌଣସି ଶିକ୍ଷାନୁଷ୍ଠାନ ତାହା ପାଳନ କଲେ ନାହିଁ। ବୁର୍ଲା ସୁରେନ୍ଦ୍ର ସାଏ କଲେଜକୁ ବାଦ ଦେଲେ କେହି ବି ଏଥିରେ ଅଂଶଗ୍ରହଣ କରିନଥିଲେ। ତେବେ କାହିଁକି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଲେ ନାହିଁ ସେ ନେଇ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଏହି ଚିଠି ମାଧ୍ୟମରେ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details