ଓଡିଶା

odisha

ETV Bharat / city

ହଟିଲା ପୋଲିସ ଉପରୁ ବିଶ୍ବାସ, ସିଏମ୍‌ଓଙ୍କ ଦ୍ବାରସ୍ଥ ମହିଳା

ହଟିଲା ପୋଲିସ ପାଖରୁ ବିଶ୍ବାସ। ନ୍ୟାୟ ପାଇଁ ସିଏମଓଙ୍କୁ ଟ୍ବିଟ କଲେ ମହିଳା। ଯାହା କମିଶନରେଟ ପୋଲିସର ପାରିବା ପଣିଆ ଉପରେ ବର୍ତ୍ତମାନ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 9, 2019, 6:43 AM IST

ଭୁବନେଶ୍ବର: ହଟିଲା ପୋଲିସ ପାଖରୁ ବିଶ୍ବାସ। ନ୍ୟାୟ ପାଇଁ ସିଏମଓଙ୍କୁ ଟ୍ବିଟ କଲେ ମହିଳା। ଯାହା କମିଶନରେଟ ପୋଲିସର ପାରିବା ପଣିଆ ଉପରେ ବର୍ତ୍ତମାନ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଘଟଣାଟି ହେଉଛି ରାଜଧାନୀର ଏକ ନଂ ମାର୍କେଟର ଜଣେ ମହିଳା ବ୍ୟବସାୟୀଙ୍କର । ଅଭିଯୋଗ ଅନୁଯାୟୀ ତାଙ୍କ ଦୋକାନରୁ ଲୁଟ୍‌ ହେବା ସହ ଜିନିଷ ନଷ୍ଟ କରାଯାଇଛି ।

ମହିଳାଙ୍କ କହିବା ଅନୁଯାୟୀ ସେ ଏନେଇ ପୋଲିସକୁ ଖବର କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । 15 ବର୍ଷ ହେବ ସ୍ବାମୀ ଏକ ନଂ ମାର୍କେଟରେ ଦୋକାନ ଚଳାଉଥିଲେ । ହେଲେ ସ୍ବାମୀଙ୍କ ନିଧନ ପରେ ଏହି ଦୋକାନ ସମ୍ଭାଳୁଥିଲେ ସ୍ତ୍ରୀ ବିନୋଦିନୀ ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ତାଙ୍କ ଅଭିଯୋଗ ଅନୁଯାୟୀ ଏକ ନମ୍ବର ମାର୍କେଟ ସଂଘର କିଛି କର୍ମକର୍ତ୍ତା ଓ ତାଙ୍କ ଦେଢଶୂର ମିଶି ଦୋକନର ଜିନିଷ ନଷ୍ଟ କରିବା ସହ ଲୁଟ ଉଦ୍ୟମ କରିଛନ୍ତି । ଏନେଇ ପୋଲିସକୁ ଖବର ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହିଁ କମିଶନରେଟ ପୋଲିସ । ବରଂ ପୋଲିସ ତାରିଖ ଗଡାଇ ଲାଗିଥିବା ଅଭିଯୋଗ କରିଛନ୍ତି ବିନୋଦିନୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶେଷରେ ସହାୟତାର ଆଶା ନେଇ ସିଏମଓ, ଡିଜିପି, ଡିସିପି ଓ ବିଏମ୍‌ସି ଭୁବନେଶ୍ବରକୁ ଟ୍ବିଟ କରି ନିଜ ଦୁଃଖ ଜଣାଇଛନ୍ତି ସେ । ଏଥିରେ ନିଜ ରୋଜଗାର ବଞ୍ଚାଇବା ପାଇଁ ସହାୟତାର ଆବଶ୍ୟକତା ଥିବା ଦର୍ଶାଇଛନ୍ତି । ଏଥିସହ ଘଟଣାରେ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସାହାଯ୍ୟ କତରି ନଥିବା ମଧ୍ୟ ଦର୍ଶାଇଥିଲେ ବିନୋଦିନୀ ।

ପ୍ରକାଶ ଯେ, ଗତ 1 ତାରିଖ ରାତି ପ୍ରାୟ 10ଟା ସମୟରେ ବେପାର ସାରି ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ ବିନୋଦିନୀ । ପରେ ଗୟାଧର ସ୍ବାଇଁ, ମାନସ ମୁଦୁଲି, ସୁରେନ୍ଦ୍ର ପଣ୍ଡା, ମହେନ୍ଦ୍ର ପଣ୍ଡା ଦୋକାନର ତାଲା ଭାଙ୍ଗି ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପତ୍ର ଚୋରି କରିବା ସହ ଟଙ୍କା ମଧ୍ୟ ଚୋରି କରିଥିଲେ। ପରବର୍ତ୍ତୀ ସମୟରେ ବିନୋଦିନୀକୁ ଦୋକାନ ଛାଡିବାକୁ ବାଧ୍ୟ ମଧ୍ୟ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details