ଓଡିଶା

odisha

ETV Bharat / city

ଛୋଟ ଛୁଆ ଜରିଆରେ ଚୋରି, ରାଜଧାନୀରେ ବୁଲୁଛି ସ୍ମାର୍ଟ ଚୋରଣୀ - ସିସିଟିଭିରେ ଧରା ପଡିଲା ଚୋରଣୀ

ରାଜଧାନୀର ବୁଲୁଛି ସ୍ମାର୍ଟଚୋରଣୀ । ଛୋଟ ଶିଶୁଙ୍କୁ ଢାଲ କରି କରୁଛି ଚୋରି। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଅଧିକ ପଢନ୍ତୁ...

ଛୋଟ ଛୁଆ ଜରିଆରେ ଚୋରି,ରାଜଧାନୀରେ ବୁଲୁଛି ସ୍ମାର୍ଟ ଚୋରଣୀ
ଛୋଟ ଛୁଆ ଜରିଆରେ ଚୋରି,ରାଜଧାନୀରେ ବୁଲୁଛି ସ୍ମାର୍ଟ ଚୋରଣୀ

By

Published : Sep 27, 2021, 7:38 AM IST

ଭୁବନେଶ୍ବର: ରାଜଧାନୀର ବୁଲୁଛି ସ୍ମାର୍ଟ ଚୋରଣୀ। ଚୋରି ପାଇ ଛୋଟ ଛୁଆକୁ କରୁଛି ବ୍ୟବହାର। ଏକ ମେଡିସିନ ଦୋକାନରେ ମେଡିସିନ କିଣିବା ଆଳରେ ମୋବାଇଲ ଚୋରି ବେଳେ ସିସିଟିଭିରେ କଏଦ ହୋଇଛି ଏପରି କାରନାମା । ଏନେଇ ବଡଗଡ ଥାନାରେ ହୋଇଛି ଅଭିଯୋଗ ।

ଛୋଟ ଛୁଆ ଜରିଆରେ ଚୋରି,ରାଜଧାନୀରେ ବୁଲୁଛି ସ୍ମାର୍ଟ ଚୋରଣୀ

ସୁଚନା ମୁତାବକ ଗତ 23 ତାରିଖରେ କଳ୍ପନାସ୍ଥିତ ରାଜେନ୍ଦ୍ର ମେଡିକାଲ ଷ୍ଟୋରରେ ଜଣେ ଛୋଟ ପିଲାକୁ ସାଙ୍ଗରେ ଧରି ପହଞ୍ଚିଥିଲେ ଜଣେ ମହିଳା। ମହିଳାଜଣଙ୍କ ଛୁଆ ପାଇଁ ଔଷଧ କିଣିବା ପାଇଁ ଦୋକାନିକୁ କହିଲେ । ଏନେଇ ଦୋକାନି ଔଷଧ ଆଣିବା ପାଇଁ ପଛପଟକୁ ମୁହଁ ବୁଲାଇଲା ବେଳେ ସଂପୃକ୍ତା ମହିଳା ଜଣଙ୍କ ସାଥିରେ ଥିବା ଛୋଟିଆ ପିଲାଟିକୁ ଇସାରା ଦେଇଥିଲେ। ପିଲାଟି ତୂରନ୍ତ ଦୋକାନର କାଉଣ୍ଟର ଭିତରକୁ ପଶି ମୋବାଇଲଟି ଚତୁରତାର ସହ ଆଣି ବାହାରକୁ ଆସିଥିଲେ ।

ଦୋକାନିଟି ମହିଳାକୁ ଔଷଧ ଦେଲାବେଳକୁ ସଂମ୍ପୃକ୍ତ ମହିଳା ପୁରା ସାଧାରଣ ଓ ଭଦ୍ର ଗରାଖ ଭାବରେ ଅଭିନୟ କରି କିଛି ନ ଜାଣିଲା ଭଳି ଔଷଧ ପାଇଁ ପେମେଣ୍ଟ କରି ଦୋକାନରୁ ଚାଲିଯାଇଥିଲେ । ପରେ ଦୋକାନି ଜଣକ ମୋବାଇଲ ଖୋଜି ନ ପାଇବା ପରେ ସିସିଟିଭି ଚେକ କରିଥିଲେ । ସିସିଟିଭିରୁ ମହିଳାଙ୍କ ଏପରି କାରନାମା ସମ୍ପର୍କରେ ଏପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details